ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ (୦୫-୦୪-୨୦୨୪)

ମେଷ: ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ପାରିବାରିକ ସମସ୍ୟା ଲାଗି ରହିବ। ସଙ୍ଗୀତ, ନୃତ୍ୟ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଅଫିସ୍‌ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ଅଚାନକ ଖୁସି ଖବର ପାଇବେ। ଅନ୍ୟଙ୍କୁ ଉଧାର ଦିଅନ୍ତୁ ନାହିଁ। ଆଶା କରିଥିବା ଦିଗରୁ ଧନପ୍ରାପ୍ତି ହେବ। ନୂତନ ବ୍ୟବସାୟ କରିବାରେ ଲାଭ ମିଳିବ। ପୂଜାର୍ଚ୍ଚନାରେ ସମୟ ବିତିବ।

ମିଥୁନ: କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିେବ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବେ। ମହିଳାମାନେ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ। ଆୟ –ବ୍ୟୟ ସମାନ ରହିବ।

କର୍କଟ: ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ। ଅଯଥା ଖର୍ଚ୍ଚ ହେବ। ପରିବାରରେ ଶାନ୍ତି ବଜାୟ ରଖନ୍ତୁ। ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ଶାରୀରିକ ଓ ମାନସିକ ଚିନ୍ତା ଦେଖାଦେଇପାରେ।

ଏଥିସହିତ ପଢ଼ନ୍ତୁ

ସିଂହ: ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ପରିବାର ବା ବନ୍ଧୁଙ୍କ ସହିତ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମନ ହାଲୁକା ରହିବ। କର୍ମକ୍ଷେତ୍ରରେ ସମସ୍ତ କାର୍ଯ୍ୟକୁ ସମୟ ପୂର୍ବରୁ ସମାପ୍ତ କରନ୍ତୁ।

କନ୍ୟା: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଧାଁ ଧଉଡ଼ରେ ଦିନ ବିତିବ। ମାନସିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଅଚାନକ ସମସ୍ୟା ଦେଖାଦେଇପାରେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।

ତୁଳା: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଆର୍ଥିକ ସମସ୍ୟା ଲାଗି ରହିବ। ବ୍ୟବସାୟରେ ବୃଦ୍ଧି ଘଟିବ। ସମାଜରେ ମାନସମ୍ମାନ ପାଇବେ। କୌଣସି କାରଣରୁ ମନ ଭଲ ରହିବ ନାହିଁ।

ବିଛା: ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଉପଯୁକ୍ତ ସମୟ। ପରିବାରରେ ସୁଖ ଶାନ୍ତି ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବାର ଯୋଗ ରହିଛି। ପ୍ରେମ ବ୍ୟାପାରରେ ଅସଫଳ ହେବେ।

ଧନୁ: ବ୍ୟବସାୟ ପାଇଁ ଯାତ୍ରା ଶୁଭଦାୟକ। ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ନୂତନ ଜମି କ୍ରୟ କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ।

ମକର: କୌଣସି ମାମଲାରେ ଅଧିକ ଚିନ୍ତିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ସ୍ଥାନ ପରିବର୍ତ୍ତନର ସମ୍ଭାବନା ରହିଛି। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତି କରିବେ।

କୁମ୍ଭ: ଅଟକି ରହିଥିବା କାମ ପୂରା ହେବ। ମହିଳାମାନେ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ବନ୍ଧୁଙ୍କ ସହ ସାକ୍ଷାତ ହେବ। ଉଦ୍ଧାର ଦେଇଥÒବା ଟଙ୍କା ଫେରିପାଇବାରେ ବିଳମ୍ବ ଘଟିବ।

ମୀନ: ଅନ୍ୟ କାହାକୁ ବିଶ୍ବାସ କରି ନିଜ ବ୍ୟବସାୟ ସମ୍ପର୍କିତ ତଥ୍ୟ ଦିଅନ୍ତୁନି। ଗୁରୁଜନଙ୍କ ପରାମର୍ଶ ନେଇ କାମ କରିବେ। ଜମି କିଣା ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

Leave A Reply

Your email address will not be published.