ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଲିସ ଜାଲରେ ନକଲି ବି.ଇ.ଡି. ପ୍ରଶିକ୍ଷଣ ସଂସ୍ଥା, ୩ କର୍ମଚାରୀ ଅଟକ

ଯାଜପୁର/ଦାନଗଦି: ରାଜ୍ୟ ବାହାରେ ବି.ଇ.ଡି ରେ ନାମ ଲେଖାଇବା ସହ ସୁଲଭ ମୂଲ୍ୟରେ ଶିକ୍ଷା ବ୍ୟବସ୍ଥା କରାଇ ଦେବାକୁ ପ୍ରଲୋଭିତ କରି ଆଶାୟୀ ଛାତ୍ରଛାତ୍ରୀଙ୍କୁ ଲୁଟ କରୁଥିବା ଏକ ରାକେଟ ଦାନଗଦି ପୁଲିସ ହାତରେ ଧରା ପଡିଛି l ଏହି ସଂସ୍ଥା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ଛାତ୍ରଛାତ୍ରୀଙ୍କୁ ଲୁଟ କରିଥିବା ଜଣାପଡିଛି l ପ୍ରାରମ୍ଭିକ ତଦନ୍ତ ବେଳେ ଯାଜପୁର, ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲାରୁ ପାଖାପାଖି ୩୭ ଜଣ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ପ୍ରଲୋଭିତ କରି ପ୍ରାୟ ୧ କୋଟି ୪୮ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ନେଇଥିଲେ । ରୋଡ଼ ଥାନାରେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କ ପରାମର୍ଶ କ୍ରମେ ଦାନଗଦି ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ଏହି ରାକେଟକୁ ଧରିବାରେ ସକ୍ଷମ ହୋଇଛନ୍ତି l

ସୂଚନା ମୁତାବକ କିଇମ୍ସ ନାମକ ଏକ ଘରୋଇ ସଂସ୍ଥା ଖୋର୍ଦ୍ଧା, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଦୁଇଟି କାର୍ଯ୍ୟାଳୟ ଖୋଲି ଛାତ୍ରଛାତ୍ରୀ ଯୋଗାଡ କରୁଥିଲେ l ତିନି ଜିଲ୍ଲାର ୩୭ ଜଣ ଛାତ୍ରଛାତ୍ରୀଙ୍କୁ ବିଇଡି କୋର୍ସ କରାଇଦେବାକୁ କହି ପ୍ରତ୍ୟେକ ଛାତ୍ରଛାତ୍ରୀ ଙ୍କ ଠାରୁ ୪୦ ହଜାର କରି ପ୍ରାୟ ୧ କୋଟି ୪୭ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି l ଏପରିକି ଉକ୍ତ ସଂସ୍ଥାର ଦଲାଲ ଛାତ୍ରଛାତ୍ରୀଙ୍କୁ ନକଲି ଆଡମିଟ କାର୍ଡ ବାଣ୍ଟି ପରୀକ୍ଷା ଦେବାକୁ କହି ୧୨ ତାରିଖ ରେ ଏକ ଘରୋଇ ବସ ରିଜର୍ଭ କରି ଆନ୍ଧ୍ରପ୍ରଦେଶ ନେଇଥିଲେ l ସେଠାରେ ୧୪ ତାରିଖ ଦିନ ପରୀକ୍ଷା ହେବାକୁ ଥିବା କେନ୍ଦ୍ର ରେ ପହଁଞ୍ଚିବା ପରେ ଠକ ସଂସ୍ଥାର ଅଭିନବ ଠକେଇ ଧରାପଡିଥିଲା l ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଗୁଡିକୁ ସେଠାରେ ନକଲି ଘୋଷଣା କରାଯିବା ସହ ସେମାନଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯାଇଥିଲା l

ଏହି ଘଟଣାରେ ସମ୍ପୁର୍ଣ୍ଣ ଭାଙ୍ଗି ପଡ଼ିଥିବା ଛାତ୍ରଛାତ୍ରୀ ଓଡ଼ିଶା ଫେରୁଥିବା ବେଳେ ଠକ ସଂସ୍ଥାର କିଛି ଲୋକ ଏକ ବୋଲେରୋ ଗାଡିରେ ସେମାନଙ୍କୁ ପିଛା ମଧ୍ୟ କରିଥିଲେ l ଛାତ୍ରଛାତ୍ରୀ ମାନେ ସେମାନଙ୍କ ଅନୁସରଣ ପଛରେ ମନ୍ଦ ଉଦ୍ଦେଶ୍ଯ ରହିଥିବା ଅନୁମାନ କରି ପୁଲିସ କଣ୍ଟ୍ରୋଲ ରୁମ୍ କୁ ଜଣାଇଥିଲେ l ଆନ୍ଧ୍ର ପ୍ରଦେଶ ପୁଲିସ ଏ ସମ୍ପର୍କରେ ବାଟରେ ଥିବା ସମସ୍ତ ପୁଲିସ ଥାନାକୁ ଅବଗତ କରିବା ସହିତ ଘଟଣା ସମ୍ପର୍କରେ ଯାଜପୁରରୋଡ ଥାନା ସହିତ ମଧ୍ୟ ଯୋଗାଯୋଗ କରିଥିଲା l ଛାତ୍ରଛାତ୍ରୀ ମାନେ କୌଣସି ପ୍ରକାର ଯାଜପୁରରୋଡ ରେ ପହଁଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ଦାନଗଦି ପୁଲିସ ଉକ୍ତ ସଂସ୍ଥାର ଦଲାଲ ମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲା l ପୁଲିସ ହାତରେ ଧରାପଡିଥିବା ଦଲାଲ ମାନେ ହେଲେ ସ୍ଥାନୀୟ ଜଖପୁରା ଗ୍ରାମର ନିଗମାନନ୍ଦ ମହାନ୍ତି (ଟୁଲିଆ), ଭଦ୍ରକ ଜିଲ୍ଲାର ଅଫତାର୍ ଅଲ୍ଲୀ ଖାନ୍ ଓ ମନୋରଞ୍ଜନ ଦୀକ୍ଷିତ l ଖବର ପାଇ ଅଭିଭାବକ ମାନେ ଦାନଗଦି ଫାଣ୍ଡି ରେ ପହଂଚି ପିଲା ମାନଙ୍କ ଟଙ୍କା ଓ ଓରିଯିନାଲ ସାର୍ଟି ଫିକେଟ୍ ଫେରସ୍ତ କରିବାକୁ ଦାବୀ କରିଥିଲେ । ଅପରାହ୍ନରେ ସେମାନେ ନେଇଥିବା ଟଙ୍କା ଓ ସାର୍ଟିଫିକେଟ କୁ ଫେରସ୍ତ କରିବାକୁ ରାଜି ହୋଇ ଥିଲେ । ଯାହା ଫଳରେ ପୁଲିସ୍ ସେମାନଙ୍କୁ ଛାଡ଼ି ଦେଇଛି । ତେବେ ଏଭଳି ଏକ ଠକ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି l

Leave A Reply

Your email address will not be published.