ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗଜରାଜ ଆତଙ୍କ: ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା

ସୋର: ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ । ଖଇରା ବ୍ଲକ ବାଉଁଶ ଗଡ଼ିଆ ଗାଁରେ ଦୌପ୍ରଦୀ ହୋ ବିଳମ୍ବିତ ରାତିରେ ବାହାରକୁ ଯାଇଥିବା ବେଳେ ହାତୀ କଚାଡ଼ି ଦେଇଥିଲା । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରିଛି। ସୂଚନା ଅନୁସାରେ, ବାଉଁଶଗଡ଼ିଆ ପଞ୍ଚାୟତର ଦ୍ରୌପଦୀ ହୋ (୪୫ ବର୍ଷ) ନାମକ ଜଣେ ମହିଳା ବିଳମ୍ବିତ ରାତିରେ ଶୌଚ ହେବାପାଇଁ ବାହାରକୁ ଯାଇଥିବା ବେଳେ ଏକ ହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇଛି। ଫଳରେ ଘଟଣାସ୍ଥଳରେ ମହିଳା ପ୍ରାଣ ହରାଇଛନ୍ତି। ବାରମ୍ବାର ଏଭଳି ହାତୀ ଆକ୍ରମଣରେ ଜନସାଧାରଣଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି । ପରିବାରକୁ ସରକାରୀ ସହାୟତା ଯୋଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.