ରାଜ୍ୟରେ ପୁଣି ଉପରମୁହାଁ କରୋନା ଗ୍ରାଫ: ଦୈନିକ ସଂକ୍ରମଣ ୫ ଶହ ପାର୍, ଗତ ୨୪ ଘଣ୍ଟାରେ ୫୭୬ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି କରୋନା ଗ୍ରାଫ ଉପର ମୁହାଁ ହୋଇଛି । କ୍ରମାଗତ ଭାବ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଗତକାଲି ପରି ଆଜି ମଧ୍ୟ ସଂକ୍ରମଣ ୫ ଶହ ପାର୍ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୩୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୬୯ ଜଣ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
Covid-19 Report For 9th July
New Positive Cases: 576
Of which 0-18 years: 69
In quarantine: 337
Local contacts: 239(Details of local contacts will be shared by concerned District)
1. Angul: 1
2. Balasore: 16
3. Bargarh: 2
4. Bhadrak: 6
5. Balangir: 2
6. Boudh: 1— I & PR Department, Odisha (@IPR_Odisha) July 10, 2022
24. Rayagada: 2
25. Sambalpur: 6
26. Sonepur: 20
27. Sundargarh: 42
28. State Pool: 45New recoveries: 344
Cumulative tested: 32229698
Positive: 1293504
Recovered: 1281298
Active cases: 3027— I & PR Department, Odisha (@IPR_Odisha) July 10, 2022
ରାଜ୍ୟରେ ସବୁଠୁ ଅଧିକ ଚିନ୍ତା ବଢାଇଛି ଖୋର୍ଦ୍ଧା, କଟକ ଜିଲ୍ଲା । ସମଗ୍ର ରାଜ୍ୟରେ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ହାର ୪୬.୨୮ ପ୍ରତିଶତ ଥିବା ବେଳେ ରାଜଧାନୀ କୋଭିଡ୍ର ପେଣ୍ଠସ୍ଥଳୀ ପାଲଟିଛି। ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ଭୟାନକ ହେଲାଣି । ଆଜି ରାଜ୍ୟର ୨୭ଟି ଜିଲ୍ଲାରୁୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୦୪ ଜଣ, କଟକରୁ ୧୧୮ ଜଣ, ସୁନ୍ଦରଗଡ଼ରୁ ୪୨ ଜଣ, ପୁରୀରୁ ୩୭ ଜଣ,ସୋନପୁରରୁ ୨୦ ଜଣ, ମୟୂରଭଞ୍ଜରୁ ୧୭ ଜଣ, ବାଲେଶ୍ବରରୁ ୧୬ ଜଣ, ଗଜପତି ଓ ଜଗତସିଂହପୁର ଜିଲ୍ଲାରୁ ୮ ଜଣ ଲେଖାଁଏ, ଭଦ୍ରକ, ଯାଜପୁର ଓ ସମ୍ବଲପୁର ଜିଲ୍ଲାରୁ ୬ ଜଣ ଲେଖାଁଏ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ ୫ ଜଣ ଲେଖାଁଏ, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ୪ ଜଣ ଲେଖାଁଏ, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରୁ ୩ ଜଣ ଲେଖାଁଏ, ବରଗଡ଼, ବଲାଙ୍ଗୀର, ଢ଼େଙ୍କାନାଳ,ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଁଏ, ଅନୁଗୁଳ, ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ ପୁଲ୍ରୁ ୪୫ ଜଣ ଆକ୍ରାନ୍ତ ରହିଛନ୍ତି।