ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟଙ୍କା ପାଇଁ ଭାଇ ହେଲା ବଇରୀ; ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ମୃତ

ନୟାଗଡ଼: ସାନଭାଇର ବୋମା ମାଡ଼ରେ ବଡ଼ଭାଇ ମୃତ । ଧାର ଟଙ୍କା ପାଇଁ ଭାଇ ହୋଇଛି ବଇରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ମାଣିକପାଟଣା ଛକର ଟ୍ରାଫିକ୍ ପୋଷ୍ଟ ନିକଟରେ । ମୃତକ ବଡ ଭାଇ ହେଲେ ପଦ୍ମନାଭ ନାୟକ।ଅଭିଯୁକ୍ତ ସାନ ଭାଇ ଗିରଫ ହୋଇଛି ଏବଂ ତା’ଠାରୁ ୪ଟି ଅଫୁଟା ବୋମା ଜବତ ହୋଇଥିବା ନେଇ ସୂଚନା ମିଳିଛି । ସାନ ଭାଇର ବୋମା ମାଡ଼ରେ ଗୁରୁତର ଆହତ ହୋଇଥିବା ବଡ଼ ଭାଇର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଘଟଣାରେ ପୋଲିସ ଅଭିଯୁକ୍ତ ସାନ ଭାଇ ଚକ୍ରଧର ନାୟକ ଏବଂ ତାର ସହଯୋଗୀ ମନୋଜ ମହାରଣାକୁ ଗିରଫ କରିବା ସହ ୪ଟି ଅଫୁଟା ବୋମା ସମେତ ଏକ ବାଇକ ଜବତ କରିଛି । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଧାର ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ଏବଂ ପରେ ଧମକ ଦେବା ଆରମ୍ଭ ହେବା ପରେ ସାନଭାଇ ରାଗି ଯାଇ ଭାଇକୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲା । ସାଙ୍ଗ ମନୋଜ ମହାରଣାଠାରୁ ବୋମା ଆଣି ବଡ଼ଭାଇ ପଦ୍ମନାଭ ଯାଉଥିବା ବେଳେ ତା ଉପରକୁ ଫୋପାଡିଥିଲା । ବୋମା ମାଡ଼ରେ ବଡ଼ଭାଇ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.