ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୋଇଥିବା ଅବସ୍ଥାରେ ଅସ୍ଥାୟୀ ଘର ଉପରେ ଚଢ଼ିଗଲା ଡମ୍ଫର: ଜଣେ ଶ୍ରମିକ ମୃତ, ୨ ଗୁରୁତର

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଜାତୀୟ ରାଜପଥ କାମରେ ନିୟୋଜିତ ଶ୍ରମିକ ମାନେ ଅସ୍ଥାୟୀ ଘରେ ଶୋଇଥିବା ବେଳେ ଏକ ବାଲି ବୋଝେଇ ଡମ୍ଫର ଚଢ଼ିଯାଇଥିଲା । ଫଳରେ ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ୫ରୁ ଉର୍ଦ୍ଧ୍ୱ ଶ୍ରମିକ ନିଜ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡ଼ି ପଳାଇଥିବା ଜଣାପଡ଼ିଛି। ମୃତ ଶ୍ରମିକ ଜଣକ ହେଲେ ମଧ୍ୟପ୍ରଦେଶ ରାଜ୍ୟର ମହମ୍ମଦ ଅଲଫାଜ ଅନସାରୀ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରାଜପଥ ସମ୍ପ୍ରସାରଣ କାର୍ଯ୍ଯରେ ନିୟୋଜିତ ଡିବିଏଲ କମ୍ପାନୀର କର୍ମଚାରୀ ମାନେ ରାଜପଥ ପାର୍ଶ୍ଵରେ ଏକ ଅସ୍ଥାୟୀ ଘର କରି ରହୁଥିଲେ। ଏହି ଘରେ ୧୦ରୁ ଉର୍ଦ୍ଧ୍ୱ ଶ୍ରମିକ ରହୁଥିବା ବେଳେ ଏକ ଡମ୍ଫର ଭାରସାମ୍ୟ ହରାଇ ଘର ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେତେକ ଶ୍ରମିକ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ବେଳେ କେତେକ ଶ୍ରମିକ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚାଇଛନ୍ତି। ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଡମ୍ଫର ଗାଡିର ଡ୍ରାଇଭରକୁ ଅଟକ ରଖିଛି ପୁଲିସ। ।

Leave A Reply

Your email address will not be published.