ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟର ସବୁ ଜିଲ୍ଲାରେ ବିଜୁ ଜନତା ଦଳ ଗଢିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଚାଲିଛି ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ । ଚଳିତ ପଞ୍ଚାୟତ ନିର୍ବାଚନରେ ୮୫୨ ଆସନରୁ ଶାସକ ବିଜେଡି ଏକାକି ୭୬୬ ଆସନ ନେଇଥିବା ବେଳେ, ବିଜେପି ୪୨ ଓ କଂଗ୍ରେସ ୩୭ ଆସନ ପାଇଛି । ସଂଖ୍ୟା ଦୃଷ୍ଠିରୁ ସବୁ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ସଭାପତି ଆସନ ହାତେଇବା ଜଣାପଡ଼ିଛି । ବାଲେଶ୍ବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଜାରି ରହିଛି ମତଦାନ । ନିର୍ଦ୍ଵନ୍ଦରେ ବିଜୟୀ ହୋଇଛନ୍ତି ୨୯ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ନାରାୟଣ ପ୍ରଧାନ । ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ସର୍ବସମ୍ମୁଖରେ ଲଫାଫା ଖୋଲି ନାରାୟଣଙ୍କ ନାଁ ଘୋଷଣା କରିଛନ୍ତି । ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ମ୍ୟାଜିକ ନମ୍ବର ୨୩ ଦରକାର ଥିବା ବେଳେ, ବିଜେଡ଼ି ଅଧ୍ୟକ୍ଷ ପଦ ହାତେଇବା ଓ ନାରାୟଣ ଜିତିବା ସ୍ପଷ୍ଟ ହୋଇଛି । ଗତ ଜିଲ୍ଲା ପରିଷଦ ନିର୍ବାଚନରେ ମୋଟ ୪୫ ଆସନରୁ ବିଜେଡି ହାତେଇଥିଲେ ୩୯ ଆସନ ।

କଟକ ଜିଲ୍ଲା ପରିଷଦ ଅଧକ୍ଷ ହେଲେ କିଶୋର ଚନ୍ଦ୍ର ମିଶ୍ର । ୨୦୧୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଉପାଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ କିଶୋର। ସେ ନରସିଂହପୁର ୪ ନମ୍ବର ଜୋନରୁ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ଇତିହାସରେ ବିଜେଡି ପ୍ରଥମ ରାଜନୈତିକ ଦଳ ଯିଏ ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରୁଛି ବୋଲି ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି । ରାଜ୍ୟବାସୀ ବଡ଼ ଗୁରୁଦାୟିତ୍ୱ ଦେଇଥିବାରୁ ବିଜଡି ଦାୟିତ୍ବସମ୍ପନ୍ନ ଭାବେ କାମ କରିବ । ଲୋକେ ଯେଉଁ ବିଶ୍ୱାସରେ ଭୋଟ ଦେଇଛନ୍ତି, ତାହା କାଏମ ରଖି ଲୋକଙ୍କ ସେବା କରିବାକୁ ପଡ଼ିବ ବୋଲି ମୁନ୍ନା ଖାଁ କହିଛନ୍ତି । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚିହ୍ନରେ ହୋଇନଥିବାରୁ ଦୁଇ ଜଣ ଗୋଟିଏ ବ୍ଲକ ଅଧ୍ୟକ୍ଷ ହେବାକୁ ଇଛୁକ ଥିଲେ । ୨୭୭ ବ୍ଲକ୍ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ ।

Leave A Reply

Your email address will not be published.