ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଳବୈଶାଖୀ ପ୍ରଭାବରେ ଉଡ଼ିଗଲା ଆଶ୍ରମ ବିଦ୍ୟାଳୟର ଆଜବେଷ୍ଟସ ଛପର, ଅଳ୍ପକେ ବର୍ତ୍ତିଗଲେ ୨୦ ଅନ୍ତେବାସୀ

ତୁରୁମୁଙ୍ଗା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପବନ ଯୋଗୁ ନୂଆଖମଣ ଆଶ୍ରମ ବିଦ୍ୟାଳୟ ଛାତ୍ରାବାସର ଆଜବେଷ୍ଟସ୍ ଛପର ଉଡିଯିବା ସହ ବିଦ୍ୟାଳୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି।  ଆଜବେଷ୍ଟସ ଛପର ଉଡିଯିବା ଫଳରେ ଛାତ୍ରାବାସ ରେ ଥିବା ୨୦ ଅନ୍ତେବାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଛାତ୍ରାବାସରେ ପାଣି ପଶି ଆସବାବପତ୍ର ନଷ୍ଟ ହୋଇଯାଇଛି।

ସେହିପରି ରାଜନଗର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ୮ ବଖରା ଘରର ଆଜବେଷ୍ଟସ ଛପର ଉଡିଯାଇଛି। କଣ୍ଟିଆପଡା ରାଜନଗର ରାସ୍ତାରେ ଗଛ ପଡି ଯିବାରୁ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଗଛ କାଟି ସଫା କରିବା ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ସ୍ବଭାବିକ ହୋଇଥିଲା ନୂଆଖମଣ ଗ୍ରାମର ବିଦ୍ୟାଧର ମହାନ୍ତଙ୍କ ଟାଇଲ ଘର ଉପରେ ଏକ ବିରାଟ ଗଛ ପଡିଯିବାରୁ ଘର ଭିତରେ ପରିବାର ଲୋକେ ଫସି ଯାଇଥିଲେ ଅଗ୍ନିଶମ ବାହିନୀ ପହଂଚି ଗଛ କୁ କାଟିବା ସହ ପରିବାର ଲୋକଙ୍କୁ ସୁରକ୍ଷିତ ଭାବରେ ଘର ଭିତରୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.