ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରୀରେ ଲୁଚି ରହି କୁକୁଡ଼ା, ବତକ, ଛେଳି ଖାଉଥିଲା, ଆଜି ଧରାପଡିଲା….

ଉଦଳା : ଉଦଳା ବନବିଭାଗ ଅନ୍ତର୍ଗତ ଖୁଣ୍ଟା ବ୍ଳକ ର ଭୋଳା ଗଡ଼ିଆ ପଂଚାୟତର ଡବକ ନିକଟସ୍ଥ ନୂଆଗାଁ ସ୍କୁଲ ପୋଖରୀ ନିକଟରୁ ଆଜି ସକାଳେ ଏକ ବିଶାଳ କୁମ୍ଭୀର ମାଛ ଜାଲରେ ଲାଗିଥିବା ଦେଖିବାକୁ ମିଳିଥିଲା । ଗ୍ରାମଲୋକ ମାଛ ଧରିବାକୁ ଜାଲ ପକାଇ ପୋଖରୀରେ ପଶିଥିବା ସମୟରେ ଏକ ବିଶାଳ କୁମ୍ଭୀର ଜାଲରେ ଫସି ଯାଇଥିଲା । ଫଳରେ ମାଛ ଧରାଳି ସମେତ ଆତଙ୍କିତ ହୋଇପଡିବା ସହ କୁମ୍ଭୀରଟିକୁ ଜାଲ ସହ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ ।

ହେଲେ ବିଭାଗ ଆସିବାରେ ବିଳମ୍ବ କରିବାରୁ କୁମ୍ଭୀରଟିକୁ ବିଟ ହାଉସକୁ ନେଇ ହୋହଲ୍ଲା କରିଥିଲେ । ତେବେ ବୁଝା ସୁଝା ପରେ ଲୋକେ ଦୁଇ ଘଣ୍ଟା ପରେ ବନବିଭାଗ କୁ ହସ୍ତାନ୍ତର କରିଛନ୍ତି । ତେବେ ପୂର୍ବରୁ ଏକ କୁମ୍ଭୀର ଉକ୍ତ ପୋଖରୀ ରେ ଥିବା ବିଭାଗକୁ କହିଥିଲେ ହେଁ ବିଭାଗ ହାଲକା ଭାବେ ନେଇ ଥିଲା । ପୂର୍ବରୁ କୁକୁଡ଼ା, ବତକ, ଛେଳି ଆଦି ଗାଏବ ହୋଇଯାଉଥିଲେ ହେଁ ଗ୍ରାମବାସୀ କିଛି ବି ସୁରାକ ପାଇନଥିଲେ । ତେବେ ଆଜି କୁମ୍ଭୀର ଉଦ୍ଧାର ପରେ ଏହା ସ୍ପଷ୍ଟ ହୋଇଛି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.