ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ ଠାକରେଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା

ମୁମ୍ବାଇ : ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମଏନଏସ) ର ମୁଖ୍ୟ ରାଜ ଠାକରେ ଗିରଫ ହୋଇପାରନ୍ତି। ପଶ୍ଚିମ ମହାରାଷ୍ଟ୍ରର ସଙ୍ଗଲି ଜିଲ୍ଲାରେ ଏକ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ୧୪ ବର୍ଷ ତଳର ଏକ ମାମଲାରେ ଏହି ୱାରଣ୍ଟ ଜାରି କରାଯାଇଛି। ରାଜ ଠାକରେ ୨୦୦୮ରେ ହିଂସା ଏବଂ ବିଦ୍ବେଷ ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ଏଥିପାଇଁ ତାଙ୍କ ବିରୋଧରେ ଆଇପିସିର ଧାରା ୧୧୦୯ ଏବଂ ୧୧୭ ଆଧାରରେ ମାମଲା ରୁଜୁ ହୋଇଥିଲା।ସଙ୍ଗଲି ଜିଲ୍ଲାର ଶିରାଲା ଜୁଡିସିଆଲ ମାଜିଷ୍ଟ୍ରେଟ ଏପ୍ରିଲ ୬ରେ ଏହି ୱାରଣ୍ଟ ଜାରି କରିଥିଲେ। ରାଜ ଠାକରେଙ୍କୁ ଗିରଫ କରି ତୁରନ୍ତ କୋର୍ଟରେ ହାଜର କରିବାକୁ ବିଚାରପତି ମୁମ୍ବାଇ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ଜଣେ ଏମଏନଏସ ନେତା ଶିରିଶ ପାରକରଙ୍କ ନାମରେ ମଧ୍ୟ ୱାରଣ୍ଟ ଜାରି ହୋଇଛି। କୋର୍ଟରେ ହାଜର ନ ହେବାରୁ ବିଚାରପତି ଏହି ପଦକ୍ଷେପ ନେଇଛନ୍ତି। ଜୁନ୍‌ ୮ ପୂର୍ବରୁ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ କୋର୍ଟ କହିଛନ୍ତି।

ଅନ୍ୟପଟେ ମହାରାଷ୍ଟ୍ରରେ ଲାଉଡସ୍ପିକର ବିବାଦ ଏବେ ତୀବ୍ର ରୂପ ନେଇଛି । ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଥାକରେ ଲାଉଡସ୍ପିକରରେ ଆଜାନ ପଢ଼ିବାକୁ ନେଇ କଡା ଚେତାବନୀ ଦେଇଛନ୍ତି । କହଛନ୍ତି, ଯଦି ଆଜି ମସଜିଦ ବାହାରେ ଆଜାନ ପଢ଼ାଯିବ, ତାହେଲେ ସେଠାରେ ହନୁମାନ ଚାଳିଶା ପାଠ କରାଯିବ । ଯେଉଁଠାରେ ଲାଉଡସ୍ପିକର ମାଧ୍ୟମରେ ଆଜାନ ପଢ଼ାଯିବ, ସେ ସବୁ ସ୍ଥାନରେ ହନୁମାନ ଚାଳିଶା ପାଠ କରାଯିବ । ଏଭଳି କଲେ ସେମାନେ ଜାଣିପାରିବେ ଯେ ଲାଉଡସ୍ପିକର ପାଇଁ କେତେ ବିରକ୍ତ ଲାଗିଥାଏ।

କିଛି ଦିନ ପୂର୍ବେ ରାଜ୍‌ ଠାକ୍‌ରେ ଦାବି କରିଥିଲେ ଯେ, ମେ ୩ ତାରିଖ ସୁଦ୍ଧା ରାଜ୍ୟରେ ଥିବା ମସ୍‌ଜିଦ୍‌ଗୁଡ଼ିକରୁ ହଟାଇ ଦିଆଯାଉ। ତାହା ନ ହେଲେ, ମସ୍‌ଜିଦ୍‌ ବାହାରେ ଉଚ୍ଚସ୍ବରରେ ହନୁମାନ ଚାଳିଶା ବଜାଯିବ। ଏହାଛଡ଼ା, ଯଦି ଲାଉଡ୍‌ସ୍ପିକର୍‌ ନ ‌ହଟେ ତେବେ, ମେ ୪ ତାରିଖରୁ ମସ୍‌ଜିଦ୍‌ ବାହାରେ ହନୁମାନ ଚାଳିଶା ବଜାଇବାକୁ ମେ ୧ ତାରିଖ ଦିନ ଔରଙ୍ଗାବାଦ ରାଲିରେ ରାଜ୍‌ ଠାକ୍‌ରେ ଜନସାଧାରଣଙ୍କୁ କହିଥିଲେ। ଔରଙ୍ଗାବାଦର ମରାଠାୱାଡ଼ା ଅଞ୍ଚଳରେ ଆୟୋଜିତ ରାଲିରେ ରାଜ୍‌ ଠାକ୍‌ରେ ଉଦ୍‌ବୋଧନ ଦେବା ବେଳେ କହିଥିଲେ, ସଂଖ୍ୟାଲଘୁ ସମ୍ପ୍ରଦାୟ ଭଲରେ ଲାଉଡ୍‌ସ୍ପିକର ହଟାଇବା ଅନୁରୋଧ ନ ରଖିଲେ ‘ମହାରାଷ୍ଟ୍ରର କ୍ଷମତା’ ଦେଖିବେ। ମେ ୩ ପରେ ଯାହା ହେବ ସେଥିପାଇଁ ମୁଁ ଦାୟୀ ରହିବି ନାହିଁ।ଏଭଳି ଉତ୍ତେଜକ ଭାଷଣ ଯୋଗୁଁ ମଙ୍ଗଳବାର ଦିନ ‘ଏମ୍‌ଏନ୍‌ଏସ୍‌’ ମୁଖ୍ୟ ରାଜ୍‌ ଠାକ୍‌ରେ ଏବଂ ରାଲିର ଆୟୋଜକମାନଙ୍କ ବିରୋଧରେ ଔରଙ୍ଗାବାଦ ପୁଲିସ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରିଛି।

ହିଂସା ଉକ୍‌ସାଇଲା ଭଳି ଭାଷଣ ଦେବା ଅଭିଯୋଗରେ ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମ୍‌ଏନ୍‌ଏସ୍) ମୁଖ୍ୟ ରାଜ ଠାକ୍‌ରେଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ରାଜ ଠାକ୍‌ରେ ଓ ଅନ୍ୟ ୩ ଜଣଙ୍କ ବିରୋଧରେ ଆଇପିସି ଧାରା ଅନୁସାରେ, ହିଂସା ସୃଷ୍ଟି କରିବା ପାଇଁ ଜାଣିଶୁଣି ଉକ୍‌ସାଇଲା ଭଳି ଭାଷଣ ଦେବା ଅଭିଯୋଗରେ ଔରଙ୍ଗାବାଦ ପୁଲିସ ମାମଲା ରୁଜୁ କରିଛି।ଏଥିସହ ଏମଏନଏସର ସଦସ୍ୟମାନଙ୍କୁ ନୋଟିସ କରିଛି ପ୍ରଶାସନ । ଯଦି କୌଣସି ସରକାରୀ ସମ୍ପତି ନଷ୍ଟ ହୁଏ, ତାହେଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ବାବଦକୁ ସେହି ସମ୍ପତିର ମୂଲ୍ୟ ଆଦାୟ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.