ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଗ୍ନି ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର: ଶନିବାର ସଫଳତାର ସହ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତ । ଆଜି ଓଡିଶାର ଧାମରା ଅବଦୁଲ୍ କାଲାମ ଦ୍ୱୀପରୁ ଭାରତ ଆଣବିକ କ୍ଷମତାସମ୍ପନ୍ନ ଅଗ୍ନି ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ କରିଛି । ଅଗ୍ନି ପ୍ରାଇମ୍ ମିଶାଇଲ୍ ଅଗ୍ନି ସିରିଜର ଏକ ଆଧୁନିକ ମିସାଇଲ୍ ଅଟେ । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଏହା ୧୦୦୦ରୁ ୨୦୦୦ କିଲୋମିଟର ମଧ୍ୟରେ ଆକ୍ରମଣ କରିପାରିବ । ଏହି ପରୀକ୍ଷଣ ସମୟରେ ପରମାଣୁ ସକ୍ଷମ ରଣନୀତିକ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମରେ ଅନେକ ନୂଆ ବୈଶିଷ୍ଟ୍ୟ ଯୋଗ କରାଯାଇଛି।

୪ ହଜାର କିଲୋମିଟର ଦୂର ଯାଇପାରୁଥିବା ଅଗ୍ନି-୪ ଓ ୫ ହଜାର କିଲୋମିଟର ଦୂର ଯାଇପାରୁଥିବା ଅଗ୍ନି-୫ର ପ୍ରଯୁକ୍ତି ସହ ଏହାର କାରିଗରୀ ରହିଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଯୁଦ୍ଧ ଜାହଜ ଗୁଡ଼ିକୁ ଅଗ୍ନି-ପି ଜରିଆରେ ଟାର୍ଗେଟ କରାଯାଇପାରିବ ।

Leave A Reply

Your email address will not be published.