ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିରରେ ଅଘଟଣ : ସିଂହଦ୍ୱାର ଗୁମୁଟରୁ ଡେଇଁ ମହିଳା ମୃତ, କାରଣ ଅସ୍ପଷ୍ଟ

ପୁରୀ : ଶ୍ରୀମନ୍ଦିରରେ ଅଘଟଣ । ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣଙ୍କ କିଏ ଏବଂ କାହିଁକି ଗୁମୁଟ ଉପରୁ ଡେଇଁଲେ ? ଗୁମୁଟ ଉପରୁ ଡେଇଁବାର କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।

ମହିଳା ଜଣଙ୍କ ଆଜି ହଠାତ ସିଂହଦ୍ୱାର ଗୁମୁଟରୁ ଡେଇଁ ପଡିଥିଲେ । ପଡ଼ିବା ସମୟରେ ସେ ଗୁରୁତର ହୋଇଥିଲେ । ପରେ ମହିଳାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମହିଳାଙ୍କ ପରିଚୟ ମିଳିପାରିନାହିଁ । କେଉଁ କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କଲେ ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.