ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନଲାଇନ ସିମ୍‌ ଠକେଇର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ :୩ ଗିରଫ, ୧୯ ହଜାରରୁ ଅଧିକ ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ ଜବତ

କଟକ: ଅନଲାଇନ ସିମ୍‌ ଠକେଇର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ।ଏହା ସହିତ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ବିଭିନ୍ନ ଟେଲିକମ୍ କଂପାନୀର ୧୯,୬୪୧ଟି ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ ଓ ନଗଦ ୧୪ ଲକ୍ଷ ୩୨ ହଜାର ୮୯୨ ଟଙ୍କା ଜବତ କରାଯାଇଛି।

ଢ଼େଙ୍କାନାଳରୁ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ହେଲେ ସାଇ ପ୍ରକାଶ ଦାସ, ଅବିନାଶ ନାୟକ, ଦୁଷ୍ମନ୍ତ କୁମାର । ଏହା ସହ ସେମାନଙ୍କଠାରୁ ବିଭିନ୍ନ କମ୍ପାନୀର ୧୯ ହଜାର ୬୪୧ ସିମ୍ କାର୍ଡ ସହ ପ୍ରି-ଆକ୍ଟିଭେଟ୍ ସିମ୍ ସହ ୪୮ଟି ମୋବାଇଲ ଜବତ କରିଛି କ୍ରାଇମବ୍ରାଞ୍ଚ ।ଅଧିକ ପଚରାଉଚରା କରିବା ପାଇଁ ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ।

ସୋସିଆଲ ମିଡିଆରେ ବାୟର ସେଲର ଗ୍ରୁପରେ ସିମ୍ ବିକୁଥିଲେ ଏହି ଅଭିଯୁକ୍ତ । ଏହି ଗ୍ରୁପ ଜରିଆରେ ହିଁ ବଡ଼ ଧରଣର ସ୍କାମ୍‌ କରାଯାଉଥିଲା। ଦୁଷ୍ମନ୍ତ ସାହୁ ଏହି ଠକେଇ ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ ଥିଲା। ଯେଉଁଥିରେ ଏହି ବଡ଼ ଧରଣର ସ୍କାମ କରାଯାଉଥିଲା । ତେବେ ପ୍ରତି ସିମ୍‌ ୪୦୦ ଟଙ୍କାରେ ବିକୁଥିଲେ ଏହି ଅଭିଯୁକ୍ତ। ବିଭିନ୍ନ କମ୍ପାନି ସିମ୍‌କୁ ଅନଲାଇନ ଗ୍ରୁପ ମାଧ୍ୟମରେ ବିକ୍ରି କରୁଥିଲେ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଉପରେ ସୂଚନା ଦେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, ଦୁଷ୍ମନ୍ତ ସାହୁ ହେଉଛି ଏହି ଗ୍ୟାଙ୍ଗର ମୁଖ୍ୟ। ଅନ୍ୟ ଦୁଇ ଅଭିଯୁକ୍ତ ତାକୁ ବିଭିନ୍ନ ଟେଲିକମ୍ କଂପାନୀର ସିମ୍ କାର୍ଡକୁ ପ୍ରି-ଆକ୍ଟିଭେଟେଡ୍ କରି ଦେଉଥିଲେ। ସୋସିଆଲ ମିଡିଆରେ ବାୟର ସେଲର ଗ୍ରୁପରେ ସିମ୍ ବିକୁଥିଲେ ଏହି ଅଭିଯୁକ୍ତ। ସେ ସେହି ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ର ନମ୍ବର ଗୁଡ଼ିକୁ ସେହି ଗ୍ରୁପ୍‌ରେ ଶେଆର କରୁଥିଲା। ଗ୍ରୁପ୍‌ରେ ଥିବା ଠକ ଓ ଲୁଟେରା ମାନେ ବିଭିନ୍ନ ଅନ୍‌ଲାଇନ୍ ଶପିଂ ଓ ଗେମିଂ ଆପ୍‌ରେ ଫେକ୍ ଆକାଉଣ୍ଟ ବା ୱାଲେଟ୍ ଖୋଲିବା ପାଇଁ ଏହି ନମ୍ବର ଗୁଡ଼ିକୁ ବ୍ୟବହାର କରୁଥିଲେ। ଏମିତିକି ଠକମାନେ ଏହି ଗ୍ରୁପ୍‌ରେ ପାଉଥିବା ନମ୍ବର ଯୋଗେ ହ୍ୱାଟ୍‌ସଆପ୍‌ରେ ମଧ୍ୟ ଫେକ୍ ଆକାଉଣ୍ଟ ଖୋଲୁଥିଲେ। ଯେତେବେଳେ ସେହି ସବୁ ନମ୍ବର ଗୁଡ଼ିକରେ ଆସୁଥିବା ଓଟିପି ଦୁଷ୍ମନ୍ତ ପାଖରେ ପହଞ୍ଚୁଥିଲା। ଦୁଷ୍କନ୍ତ ଗ୍ରୁପ୍‌ରେ ଓଟିପି ଗୁଡ଼ିକୁ ଶେଆର କରୁଥିଲା। ଆଉ ଗୋଟିଏ ସିମ୍‌ ପାଇଁ ଦୁଷ୍ମନ୍ତ ୪୦୦ ଟଙ୍କା ନେଉଥିଲା।

କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଆହୁରି କହିଛନ୍ତି ଯେ ଏହି ଗ୍ୟାଙ୍ଗ ପାଖାପାଖି ଦୁଇ ବର୍ଷ ହେଲା ଏହି କାମ କରି ଆସୁଥିଲା। ଆମର ସାଇବର ସେଲ ସେମାନଙ୍କୁ ଗିରଫ କରିଛି। ତାଙ୍କର ଅନ୍ୟ ଲିଙ୍କ୍ ଥିବା ଆଶଙ୍କା କରାଯାଉଛି। ସେମାନଙ୍କର ବ୍ୟାଙ୍କ ଡିଟେଲ୍‌ସ ଯାଞ୍ଚ କରାଯିବ। ସେମାନଙ୍କ ଲାପଟାପ୍ ଆଦି ମଧ୍ୟ ଯାଞ୍ଚ ହେବ, ଯେଉଁଥିରେ ଆହୁରି ଅନେକ ପ୍ରମାଣ ରହିଛି। ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବ।

Leave A Reply

Your email address will not be published.