ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାମ ଦେଉନି କରୋନା ଟିକା, ଦ୍ବିତୀୟ ଡୋଜ ନେଲା ପରେ ମଧ୍ଯ ଲକ୍ଷ୍ନୌର କେଜିଏମୟୁ ମେଡିକାଲର ୪୦ ଡାକ୍ତରଙ୍କୁ କରୋନା

ଉତ୍ତରପ୍ରଦେଶ: ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ବିଶ୍ବବିଦ୍ୟାଳୟ( KGMU)ର କୁଳପତିଙ୍କ ସମେତ ୩୯ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।  ଅଧିକାଂଶ ଡାକ୍ତର କରୋନା ଟିକାର ଦ୍ବିତୀୟ ଡୋଜ ନେଇଥିବା ମଧ୍ଯ ଜଣାପଡ଼ିଛି। ସଂକ୍ରମିତ ଡାକ୍ତରଙ୍କ ମଧ୍ୟରୁ ଅସ୍ତ୍ରୋପଚାର ବିଭାଗର ୨୦  ଜଣ, ୟୁରୋଲୋଜି ବିଭାଗର ୯ ଜଣ ଏବଂ ଔଷଧ ବିଭାଗର ୩ ଜଣ ଅଛନ୍ତି।

ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୩ ରୁ ୪ ଦିନ ମଧ୍ୟରେ ପ୍ରାୟ ୪୦ ଜଣ ଡାକ୍ତର କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, କୋଭିଡ ପଜିଟିଭ୍ ଆସିଥିବା ସମସ୍ତ ଡାକ୍ତର କୋଭିଡର ଦିତ୍ବୀୟ ଡୋଜ ଟିକା ଗ୍ରହଣ କରିଥିଲେ। ଏଥି ସହ କେଜିଏମୟୁ କୁଳପତି ମଧ୍ଯ କୋଭିଡର ଦ୍ୱିତୀୟ ଡୋଜ ନେଇଥିଲେ। 

ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଉତ୍ତରପ୍ରଦେଶରେ ୫,୯୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.