ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରୂପ ବଦଳାଉଛି କୋଭିଡ ଭୁତାଣୁ; ମ୍ୟୁଟେଟ୍ ହେଉଛି XBB.1.16 ଭାରିଆଣ୍ଟ, ଭାରତରେ ଏପର୍ଯ୍ୟନ୍ତ ୧୧୩ ଜଣ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଭୂତାଣୁ ଉପରମୁହାଁ ହେଉଥିବାବେଳେ ଏବେ ସାମନାକୁ ଆସିଛି ଆଉ ଏକ ଚିନ୍ତା ଜନକ ଖବର । ପୁଣି ରୂପ ବଦଳାଉଛି କୋଭିଡ ଭାରିଆଣ୍ଟ । କୋଭିଡ୍ ଭୂତାଣୁର ନୂଆ ଉପ-ପ୍ରଜାତି ଏକ୍ସବିବି–ପଏଣ୍ଟ ୱାନ ପଏଣ୍ଟ ୱାନ ସିକ୍ସ ପଏଣ୍ଟ ୱାନ ଭାରତରୁ ଚିହ୍ନଟ ହୋଇଛି । ଏହି ନୂଆ ପ୍ରଜାତି ଦ୍ୱାରା ଦେଶରେ ଏପର୍ଯ୍ୟନ୍ତ ୧୧୩ ଜଣ ସଂକ୍ରମିତ ହୋଇଛନ୍ତି । ବିଶେଷକରି ଗୁଜୁରାଟ ଓ ମହାରାଷ୍ଟ୍ରରେ ନୂଆ ପ୍ରଜାତି ଦ୍ୱାରା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।

ଏକ୍ସ-ବି-ବି ଓମିକ୍ରନର ଏକ ଉପ-ପ୍ରଜାତି । ଏହା ଓମିକ୍ରମ ପ୍ରଜାତି ମଧ୍ୟରେ ଅଧିକ ସଂକ୍ରାମକ । ୧୫ମାସ ଭିତରେ ଓମିକ୍ରନର ପ୍ରାୟ ଚାରି ଶହ ନୂଆ ଉପ-ପ୍ରଜାତି ଠାବ ହୋଇଛନ୍ତି । ସେଗୁଡିକ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଭାରିଆଣ୍ଟ ଏକ୍ସବିବି ପ୍ରଜାତିର । ତେବେ ଓମିକ୍ରନର ସବୁ ଭାରିଆଣ୍ଟ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ମୂଳ ଓମିକ୍ରନ ଭୂତାଣୁ ଯୋଗୁଁ ଯେମିତି ଜ୍ୱର, କଫ, ଥଣ୍ଡା, ନାକ ବନ୍ଦ ହୋଇଯାଏ, ମୁଣ୍ଡ ବିନ୍ଧା ହୁଏ, ଦେହ ଦରଜ ହୁଏ, ପେଟରେ ଯନ୍ତ୍ରଣା ହୁଏ, ଡାଏରିଆ ହୁଏ, ତାର ନୂଆ ନୂଆ ଉପ-ପ୍ରଜାତି ଯୋଗୁଁ ବି ସେମିତି ଲକ୍ଷଣ ଦେଖା ଦେଇଥାଏ ।

ଅନ୍ୟପଟେ ଆଜି ଦେଶରେ ଚିହ୍ନଟ ହୋଇଛନ୍ତି ୬ ହଜାର ୧୫୫ ନୂଆ ସଂକ୍ରମିତ । ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ହୋଇଛି ୩୧ ହଜାର ୧୯୪ । ସେପଟେ ଦୈନିକ ପଜିଟିଭିଟି ହାର ରହିଛି ୫.୬୩ ପ୍ରତିଶତ । ଚଳିତ ସପ୍ତାହରେ ପଜିଟିଭିଟି ହାର ରହିଛି ୩.୪୭ ପ୍ରତିଶତ । ଗତକାଲି ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିଲେ ୬ ହଜାର ୫୦ ସଂକ୍ରମିତ । ଗତ ୨୪ ଘଣ୍ଟାରେ ଦେଶରେ ପ୍ରାଣ ହରାଇଛନ୍ତି ୯ ଜଣ । ଏହାସହ ଦେଶର ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୯୫୪ରେ ପହଞ୍ଚିଛି ।

Leave A Reply

Your email address will not be published.