ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଧୁବାବୁଙ୍କ ଜନ୍ମପୀଠରେ କାର୍ତ୍ତିକ ପାଣ୍ଡିଆନ : ଶ୍ରଦ୍ଧାଞ୍ଜଳି ଦେବା ସହ ସଂଗ୍ରହଳାୟ ବୁଲି ଦେଖିଲେ

ଭୁବନେଶ୍ୱର : ଆଜି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଦିବସ । ଏହି ଅବସରରେ ୫ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଅପରାହ୍ନରେ ମଧୁବାବୁଙ୍କ ଜନ୍ମପୀଠ କଟକ ଜିଲ୍ଲାର ସତ୍ୟଭାମାପୁର ଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ସେ ମଧୁବାବୁଙ୍କ ଜନ୍ମପୀଠରେ କରାଯାଇଥିବା ସଂଗ୍ରହାଳୟ ପରିଦର୍ଶନ କରିଥିଲେ ଏବଂ ଗ୍ରାମବାସୀଙ୍କ ସହ ମଧୁବାବୁଙ୍କ ମହାନତା ବିଷୟରେ ଆଲୋଚନା କରିଥିଲେ । ମଧୁବାବୁଙ୍କ ଜନ୍ମପୀଠର ବିକାଶ କାମ ଏବଂ ସତ୍ୟଭାମାପୁର ଯୁବସମାଜ ପାଇଁ ଏକ ପ୍ରେରଣା ସ୍ଥଳ ପାଲଟିଥିବାରୁ ଅଞ୍ଚଳବାସୀ ଶ୍ରୀ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ୫ଟି ଅଧ୍ୟକ୍ଷ ଗତ ବର୍ଷ ସତ୍ୟଭାମାପୁର ଯାଇଥିଲେ ଏବଂ ପରେ ମୁଖ୍ୟମନ୍ତ୍ରୀ ୫ଟି ଉପକ୍ରମରେ ୨୩ କୋଟି ଟଙ୍କାର ବ୍ୟୟ ଅଟକଳରେ ମଧୁ ବାବୁ ଜନ୍ମପୀଠ ଓ ସଂଗ୍ରହାଳୟର ବିକାଶ ପ୍ରକଳ୍ପ ମଂଜୁର କରିଥିଲେ । ଓଡ଼ିଆ ଜାତିର ଏହି ମହାନ ଐତିହ ପୀଠ ଆଜି ସମଗ୍ର ଓଡିଶାର ଗୌରବ ପାଲଟିଛି ।

 

Leave A Reply

Your email address will not be published.