ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟି-୨୦ ବିଶ୍ବକପ୍‌ ପୂର୍ବରୁ ପାକିସ୍ତାନର ବଡ ପଦକ୍ଷେପ, ଭାରତକୁ ବିଶ୍ୱକପ ଜିତାଇଥିବା ଗ୍ୟାରିଙ୍କୁ ଦେଲା କୋଚ୍‌ ଦାୟିତ୍ବ

ନୂଆଦିଲ୍ଲୀ : ସମସ୍ତ ଦଳ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ମେଗା ଇଭେଣ୍ଟ ପୂର୍ବରୁ ପାକିସ୍ତାନ ଦଳ ମଧ୍ୟ ଏକ ବଡ ପରିବର୍ତ୍ତନ କରିଛି। ବିଶ୍ୱକପରେ ଭାରତକୁ ବିଜୟୀ କରାଇଥିବା କୋଚ୍ ଗ୍ୟାରୀ କ୍ରିର୍ଷ୍ଟେନଙ୍କୁ ପାକିସ୍ତାନ ଦଳ ଏବେ ତାର କୋଚ୍‌ କରିବାକୁ ନିଷ୍ପତ୍ତି ନେଇଛି। ଉଭୟ ଦିନିକିଆ ଓ ଟି-୨୦ ପାଇଁ ପାକିସ୍ତାନ ନୂଆ କୋଚ୍‌ ଭାବେ ଗ୍ୟାରୀ କ୍ରିର୍ଷ୍ଟେନଙ୍କୁ ନିଯୁକ୍ତି ଦେଇଛି। ସେହିଭଳି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଜେସନ ଗିଲେସ୍ପିଙ୍କୁ ଟେଷ୍ଟ ମ୍ୟାଚ୍ ପାଇଁ କୋଚ୍ ନିଯୁକ୍ତ କରିଛି । ଗ୍ୟାରୀ କର୍ଷ୍ଟେନ ଏହାପୂର୍ବରୁ ୨୦୧୧ରେ ଟିମ୍ ଇଣ୍ଡିଆକୁ ଦିନିକିଆରେ ବିଶ୍ୱକପ ବିଜେତା କରାଇଥିଲେ । ଏବେ ଟି-୨୦ ବିଶ୍ୱକପ୍ ପୂର୍ବରୁ ଗ୍ୟାରୀ କର୍ଷ୍ଟେନଙ୍କୁ କୋଚ୍ ନିଯୁକ୍ତି କରି ଟାଇଟଲ ହାସଲ କରିବା ଲକ୍ଷ୍ୟରେ ରହିଛି ପାକିସ୍ତାନ ।


ଦୀର୍ଘଦିନ ପାକିସ୍ତାନ କ୍ରିକେଟ ଟିମ୍‌ର କୋଚ୍‌ ପଦବୀକୁ ନେଇ ଲାଗି ରହିଥିବା ବିବାଦ ଭିତରେ ନୂଆ କୋଚ ନିଯୁକ୍ତ ହୋଇଛନ୍ତି । ରବିବାର ଏକ ପ୍ରେସ କନଫରେନ୍ସ ମାଧ୍ୟମରେ ପାକିସ୍ତାନର ନୂଆ ପ୍ରମୁଖ ମୋହସିନ ନକବି ଏହି ଘୋଷଣା କରିଛନ୍ତି । ମେ ମାସରେ ପାକିସ୍ତାନ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବାକୁ ଯାଉଛି । ତେବେ ଗ୍ୟାରୀ କ୍ରିର୍ଷ୍ଟେନ ଏହି ସିରିଜରୁ ନିଜର କାର୍ଯ୍ୟ ଆରମ୍ଭ କରିବେ । ୨ ବର୍ଷ ପାଇଁ ଚୁକ୍ତିନାମା କରାଯାଇଛି ।


ଗ୍ୟାରୀ କ୍ରିର୍ଷ୍ଟେନ ବର୍ତ୍ତମାନ ଆଇପିଏଲରେ ଗୁଜୁରାଟ ଟାଇଟନ୍ସର ମେଣ୍ଟର୍‌ ଦାୟିତ୍ୱରେ ଅଛନ୍ତି। କ୍ରିର୍ଷ୍ଟେନ ଭାରତୀୟ ଟିମର କୋଚ୍ ସହ ୩ ବର୍ଷ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଦଳର ମଧ୍ୟ କୋଚ୍ ଦାୟିତ୍ୱରେ ଥିଲେ। ମିକି ଆର୍ଥର ପାକିସ୍ତାନର କୋଚ୍ ପଦ ଛାଡିବା ପରେ ଏହି ସ୍ଥାନ ଫାଙ୍କା ପଡିଥିଲା। ପରେ ମହମ୍ମଦ ହାଫିଜଙ୍କୁ ଟିମର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଥିଲା। କିନ୍ତୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଦଳର ଖରାପ ପ୍ରଦର୍ଶନ କାରଣରୁ ମହମ୍ମଦ ହାଫିଜଙ୍କୁ ମଧ୍ୟ ପଦ ହରାଇବାକୁ ପଡିଥିଲା।

Leave A Reply

Your email address will not be published.