ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନବମ ଓ ଏକାଦଶ କ୍ଲାସକୁ ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ଯରେ ବୃଦ୍ଧି ହେଉଛି କରୋନା ସଂକ୍ରମଣ। ମହାମାରୀ ବ୍ୟାପୁଥିବାରୁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ନବମ ଓ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ କରିଛନ୍ତି ରାଜ୍ଯ ସରକାର। କରୋନା ସ୍ଥିତିକୁ ଦେଖି  ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ ଏପ୍ରିଲ୍ ୩୦ ଯାଏ ବାତିଲ କରାଯାଇଛି । ପରୀକ୍ଷା ଥିବାରୁ ଦଶମ ଓ ଦ୍ବାଦଶ କ୍ଲାସ ଏପ୍ରିଲ୍ ୨୫ ଯାଏ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜାରି ରହିବ।

ସରକାରୀ ସ୍କୁଲ ସହ ସରକାରୀ ସହାୟତାପ୍ରାପ୍ତ ସ୍କୁଲ୍ ଓ ଘରୋଇ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ବାତିଲ ନେଇ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟର ହଷ୍ଟେଲରେ ରହି ପଢ଼ୁଥିବା ଛାତ୍ରଛାତ୍ରୀ ତୁରନ୍ତ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ସ୍କୁଲ୍ କର୍ତ୍ତୃପକ୍ଷ ଅନଲାଇନ୍ ପାଠପଢ଼ା ଜାରି ରଖିବାକୁ କୁହାଯାଇଛି ।

 

 

Leave A Reply

Your email address will not be published.