ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ପ୍ରାକ୍ତନ ତିହିଡି ବ୍ଲକ କ୍ୟାସିଆର

ଭଦ୍ରକ: ମହଙ୍ଗା ପଡିଲା ସରକାରୀ ଅର୍ଥ ଆତ୍ମସାତ କରିବା । ବନ୍ଧାହେଲେ ବାସୁଦେବପୁର ବ୍ଲକର ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନ ଓ ପତ୍ନୀ ନିୀତୁ ପ୍ରଧାନ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ପୂର୍ବତନ କ୍ୟାସିଆର ତଥା ଏବେର ବାସୁଦେପୁର ବ୍ଲକ ହେଡକ୍ଲାର୍କ ପ୍ରଭାକର ପ୍ରଧାନ ଓ ତାଙ୍କ ପତ୍ନୀ ନିତୁ ପ୍ରଧାନଙ୍କ ସହ ସମ୍ପକୀୟ ରଂଜନ ସହାଣୀଙ୍କୁ ଭିଜିଲାନ୍ସ ଟିମ ଗିରଫ କରିଛି । ଗତ ୨୦୧୬-୧୭ଆର୍ଥିକ ବର୍ଷରେ ପ୍ରଭାକର ପ୍ରଧାନ ତିହିଡି ବ୍ଲକ୍ର ୩୪ଟି ଆବାସ ହିତାଧିକାରୀଙ୍କ ୨୦ଲକ୍ଷ ୨୫ହଜାର ଟଙ୍କାକୁ ନିଜ ମା ପୂର୍ଣ୍ଣିମା ପ୍ରଧାନ, ପତ୍ନୀ ନିତୁ ପ୍ରଧାନ ଓ ସମ୍ପର୍କୀୟ ରଂଜନ ସହାଣୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଉକ୍ତ ଟଙ୍କା ଆତ୍ମସାତ କରିଥିଲେ । ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା(୧୫/୨୧)ରୁଜୁ କରାଯାଇ ପ୍ରଭାକର, ତାଙ୍କ ପତ୍ନୀ ନିତୁ ଓ ସମ୍ପର୍କୀୟ ରଂଜନଙ୍କୁ ଗିରଫ କରାଯାଇଛି । ବାଲେଶ୍ୱର ଭିଜିଲାନ୍ସ ର ଏକ ୪ଜଣିଆ ଟିମ ଏକସଙ୍ଗେ ଭଦ୍ରକ ଓ ବାଲେଶ୍ୱର ଠାରେ ୫ଟି ସ୍ଥାନରେ ଚଢ଼ାଉ କରିଥିଲେ । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.