ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୧୪-୦୯-୨୦୨୧)

ମେଷ: ଯୋଜନା କରି ସଫଳତା ପାଇବେ । ଧର୍ମକର୍ମରେ ବ୍ୟସ୍ତ ରହିବେ । ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବାଣିଜ୍ୟରେ ଲାଭ ହେବ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ବୃଷ: ଦିନଟିରେ କଳହ ଓ ଅଶାନ୍ତି ଦେଖାଦେବ। ଚାକିରିରେ ଶତ୍ରୁବୃଦ୍ଧି ହେବେ। ରାଜନୀତିରେ ଜଟିଳ ପରିସ୍ଥିତି ରହିବ। ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ତ୍ରୁଟି କରିବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଆକାଶୀ

ମିଥୁନ: ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ।ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ମହିଳାମାନେ ସୁଖୀ ହେବେ । ବାଣିଜ୍ୟରେ ଉତ୍ତମ ଆୟ ହେବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

କର୍କଟ: ଦିନଟି କର୍ମତତ୍ପର ରହିବେ। ଚାକିରିରେ ନିଷ୍ଠାପର ରହିବେ। ରାଜନୀତିରେ ଶତ୍ରୁମାନେ ନିଷ୍କ୍ରିୟ ରହିବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ-ମେରୁନ୍

ଏଥିସହିତ ପଢ଼ନ୍ତୁ

ସିଂହ: ପରିଶ୍ରମର ଫଳ ପାଇବେ। ମହିଳାମାନେ ଚଳଚଞ୍ଚଳ ରହିବେ। ରାଜନୀତିରେ ସକ୍ରିୟ ରହିବେ ଚାକିରିରେ ସହଯୋଗ ମିଳିବ। ବାଣିଜ୍ୟରେ ଲାଭାନ୍ବିତ ହେବେ । ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

କନ୍ୟା: ଅସ୍ଥିରତା କାରଣରୁ କାର୍ଯ୍ୟତ୍ରୁଟି କରିପାରନ୍ତି। ରାଜନୀତିରେ ଶତ୍ରୁବୃଦ୍ଧି ହେବେ । ମହିଳାମାନେ ଚିନ୍ତାରେ ରହିବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ ।ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

ତୁଳା: କିଛିଟା ସମସ୍ୟା ଦେଇ ସୁଫଳ ପାଇବେ । ଚାକିରିରେ କାର୍ଯ୍ୟ ବହୁଳ ରହିବ। ମହିଳାମାନେ ବିରକ୍ତିମନା ହେବେ। ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ଧଳା

ବିଛା: କୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ହୋଇପାରେ । ମହିଳାମାନେ ଆଦର ସମ୍ମାନ ପାଇବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍

ଧନୁ: ଦିନଟି ପ୍ରସନ୍ନତା ଭିତରେ କଟିବ। ମହିଳାମାନେ ଯଶକୀର୍ତି ପାଇବେ। ଚାକିରିରେ ପ୍ରଶଂସିତ ହେବେ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ | ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ମକର: ବିଭିନ୍ନ ବାଟରେ ବ୍ୟୟପ୍ରଭାବ ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ମହିଳାମାନେ ଅସ୍ଥିର ରହିବେ। ବାଣିଜ୍ୟ ମନ୍ଥର ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

କୁମ୍ଭ: କେତେକ କ୍ଷେତ୍ରରେ ଉତ୍ତେଜନା ଦେଖାଦେବ | ଚାକିରିରେ ଚଳଚଞ୍ଚଳ ରହିବେ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ସମୃଦ୍ଧି ରହିବ। ଶିକ୍ଷାର୍ଥୀ ଅଧ୍ୟବସାୟୀ ହେବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

ମୀନ: କାର୍ଯ୍ୟସିଦ୍ଧି ସହ ସୁଖ ଶାନ୍ତି ମିଳିବ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତ ହେବ । ଚାକିରିରେ ସହଯୋଗ ପାଇବେ | ବାଣିଜ୍ୟରେ ଉନ୍ନତି ହେବ ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

Leave A Reply

Your email address will not be published.