ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିବଲିଙ୍ଗରେ କେଉଁ ଜିନିଷ ଚଢ଼ାଇବେନି

ସୋମବାର ଭଗବାନ ଶିବଙ୍କୁ ସମର୍ପିତ। ଏହିଦିନ ଶିବଲିଙ୍ଗରେ ବେଲପତ୍ର, କ୍ଷୀର ତଥା ଜଳଲାଗି କରିବା ଦ୍ବାରା ମହାଦେବଙ୍କ କୃପା ପ୍ରାପ୍ତି ହୁଏ। ତେବେ ଏପରି କିଛି ଜିନିଷ ଅଛି, ଯାହାକୁ କେବେ ବି ଶିବଲିଙ୍ଗରେ ଲାଗି କରିବା ଉଚିତ ନୁହେଁ। ଏହା ଦ୍ବାରା ପୂଜା ନିଷ୍ଫଳ ହୋଇଥାଏ।

  • ଶିବଲିଙ୍ଗରେ କେବେ ବି ସିନ୍ଦୂର ଲାଗି କରିବା ଉଚିତ ନୁହେଁ। ଏକଥା ଶିବ ପୁରାଣରେ ଉଲ୍ଲେଖ ରହିଛି।
  • ପୂଜାପାଠରେ ହଳଦି ଲାଗି କରାଯାଏ। କିନ୍ତୁ ଏହାକୁ ଶିବଲିଙ୍ଗରେ ଲାଗି କରିବା ଦ୍ବାରା ଫଳପ୍ରାପ୍ତି ହୋଇ ନ ଥାଏ।
  • ଶିବଙ୍କ ପୂଜାରେ ତୁଳସୀ (ବୃନ୍ଦା)କୁ ସାମିଲ କରିବା ଅନୁଚିତ। ପୌରାଣିକ କାହାଣୀ ଅନୁସାରେ, ଶିବ ତୁଳସୀଙ୍କ ପତି ଅର୍ଥାତ୍ ରାକ୍ଷସ ଜଳନ୍ଧରକୁ ବଧ କରିଥିଲେ। ଏହି କାରଣ ଯୋଗୁଁ ଶିବ ବୃନ୍ଦାଙ୍କୁ ଅଭିଶାପ ଦେଇଥିଲେ।
  • ଶିବଲିଙ୍ଗରେ କଳା ରାଶି ଅର୍ପଣ କରିବା ମଧ୍ୟ ଅଶୁଭ। ଏହା ଦ୍ବାରା ଶିବ କୋପ କରନ୍ତି।
Leave A Reply

Your email address will not be published.