ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୦୮ – ୦୧ – ୨୦୨୪ )

ମେଷ: ଦିନଟି ଭଲରେ ବିତିବ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ଅର୍ଥ ରୋଜଗାର ପାଇଁ ନୂତନ ମାର୍ଗ ଫିଟିବ। କୌଣସି କଥାକୁ ନେଇ ଚିନ୍ତାରେ ରହିବେ। ନୂଆ କାମରେ ପରିବାରର ସହଯୋଗ ମିଳିବ।

ବୃଷ: ଦିନଟିରେ ମିଶ୍ରିତ ଫଳ ମିଳିବ। ମନ ପ୍ରସନ୍ନ ରହିବ। ଛାତ୍ରଛାତ୍ରୀଙ୍କୁ ଶୁଭ ଫଳ ମିଳିବ। ବ୍ୟବସାୟରେ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଧାର୍ମିକ କାର୍ଯ୍ୟରେ ସାମିଲ ରହିେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମିଥୁନ: ଅବିବାହିତଙ୍କ ବିବାହ ସ୍ଥିର ହେବ। ନିଜ ଦାୟିତ୍ବ ସୁଚାରୁରୂପେ ତୁଲାଇବେ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ରାଜନୀତିରେ ସକ୍ରିୟ ରହିେବ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ।

କର୍କଟ: ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଯାନବାହନ କିଣିପାରନ୍ତି। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନ ମଧୁମୟ ହେବ। ଭାବିଚିନ୍ତି କାର୍ଯ୍ୟ କରିବା ଭଲ।

ସିଂହ: ନୂତନ ବ୍ୟବସାୟ ପାଇଁ ଯୋଜନା କରିବେ। ଦୂର ସ୍ଥାନକୁ ଯାତ୍ରା କରିବେ। ନୂଆ ଲୋକଙ୍କ ସହ ସମ୍ପର୍କ ଘନିଷ୍ଠ ହେବ। ଅଧିକ ଖର୍ଚ୍ଚାନ୍ତ ହେବେ। ଧାର୍ମିକ ସ୍ଥାନକୁ ଯିବାର ଯୋଜନା କରିବେ।

କନ୍ୟା: ଆୟର ନୂଆ ମାର୍ଗ ଉନ୍ମୁକ୍ତ ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଦାନଧର୍ମ କରନ୍ତୁ। ପ୍ରେମ ବ୍ୟାପାରରେ ସଫଳତା ମିଳିବ। ବ୍ୟବସାୟରେ ପରିବର୍ତ୍ତନ ଆସିବ।

ତୁଳା: ଚାକିରିେର ବଦଳି ସମ୍ଭାବନା ଅଛି। ଜମି ବିବାଦ ଦେଖା ଦେବ। ନିବେଶରୁ ଲାଭ ମିଳିବ। ସରକାରୀ ଚାକିରିଆଙ୍କ ପାଇଁ ଭଲ ସମୟ। ଜୀବନସାଥୀଙ୍କ ସହଯୋଗ ମିଳିବ। ଅଚାନକ ଶୁଭ ଖବର ପାଇବେ।

ବିଛା: ଧୈର୍ଯ୍ୟର ରଖୀ କାମ କରନ୍ତୁ। ପିଲାଙ୍କ ସହ ସମୟ ଅତିବାହିତ କରିବେ। ପରିବାର ସହ କୌଣସି ସ୍ଥାନକୁ ବୁଲିବାକୁ ଯିବେ। ସ୍ବାସ୍ଥ୍ୟରେ ସୁଧାର ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।

ଧନୁ: ଅର୍ଥ ସଞ୍ଚୟ କରିବେ। ଭବିଷ୍ୟତ ପାଇଁ ଚିନ୍ତା କରନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। ବିଦେଶଯାତ୍ରା ଯୋଗ ରହିଛି। ଅନ୍‌ଲାଇନ୍‌ କାର୍ଯ୍ୟରୁ ଲାଭ ମିଳିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।

ମକର: ଅଯଥା ଖର୍ଚ୍ଚ ବଢ଼ିବ। ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିବ। ଗୁରୁଜନଙ୍କ ପରାମର୍ଶ ନେଇ ନୂତନ ବ୍ୟବସାୟ ଆରମ୍ଭ କରିବେ। ପତି-ପତ୍ନୀଙ୍କ ମଧ୍ୟରେ ମନାନ୍ତର ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କୁମ୍ଭ: ଦିନଟି ବ୍ୟସ୍ତତା ଭିତରେ ଅତିବାହିତ ହେବ। ଭବିଷ୍ୟତ ଲାଗି ଅର୍ଥ ନିବେଶ କରିବେ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ। ପଡ଼ୋଶୀଙ୍କ ସହ ମତାନ୍ତର ଦେଖା ଦେବ।

ମୀନ: ପୁରୁଣା ରୋଗ ସମସ୍ୟା ଦେଖାଦେବ। ଚାକିରିଆଙ୍କୁ ନୂଆ ନିଯୁକ୍ତି ସମ୍ଭାବନା ଅଛି। ଦୂରଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।  ବିରୋଧୀଙ୍କଠାରୁ ଦୂରତ୍ବ ରକ୍ଷା କରିବେ।

Leave A Reply

Your email address will not be published.