ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ବଢିଲା ଇମ୍ରାନଙ୍କ ଅଡ଼ୁଆ

ପାକିସ୍ତାନ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଦଳର କେତେଜଣ ନେତାଙ୍କ ବିରୋଧରେ ରବିବାର ପୋଲିସ ଆତଙ୍କବାଦ ମାମଲା ରୁଜୁ କରିଛି। ଇମ୍ରାନଙ୍କ ବିରୋଧରେ ଦୁର୍ନୀତି ମାମଲାର ଶୁଣାଣି ପୂର୍ବରୁ ଇସ୍‌ଲାମାବାଦର ଏକ ଅଦାଲତ ବାହାରେ ତାଙ୍କ ଦଳର କର୍ମୀମାନେ ଭଙ୍ଗାରୁଜା କରିବା ସହ ସୁରକ୍ଷା କର୍ମଚାରୀମାନଙ୍କୁ ଆକ୍ରମଣ କରିଥିଲେ। ତୋଷଖାନା ମାମଲାର ଶୁଣାଣି ବେଳେ ହାଜର ହେବା ଲାଗି ଶନିବାର ଇମ୍ରାନ୍‌ ଇସ୍‌ଲାମାବାଦ ଜୁଡ଼ିସିଆଲ କମ୍ପ୍ଲେକ୍ସରେ ପହଞ୍ଚତ୍ବା ସମୟରେ କୋର୍ଟ ବାହାରେ ସୁରକ୍ଷା ବଳ ଓ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଫଳରେ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ଜାଫର ଇକ୍‌ବାଲ ଶୁଣାଣିକୁ ୩୦ ତାରିଖକୁ ଘୁଞ୍ଚାଇ ଦେଇଥିଲେ। ଇମ୍ରାନଙ୍କ ସମେତ ୧୭ ପିଟିଆଇ କର୍ମୀଙ୍କ ବିରୋଧରେ ଇସ୍‌ଲାମାବାଦ ପୋଲିସ ମାମଲା ରୁଜୁ କରିଛି।

Leave A Reply

Your email address will not be published.