ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୁବଶୀଘ୍ର ରାଜ୍ୟରେ ନିଯୁକ୍ତ ହେବେ ୭ହଜାର ୪୮୩ ଜଣ ନର୍ସ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତ ହେବେ ୭ହଜାର ୪୮୩ ଜଣ ନର୍ସ । ଏଥିପାଇଁ ଲିଖିତ ପରୀକ୍ଷା ଶେଷ ହୋଇଛି । ସାରା ରାଜ୍ୟର ବିଭିନ୍ନ ସେଣ୍ଟରରେ ପରୀକ୍ଷା ଦେଇଛନ୍ତି ହଜାର ହଜାର ଆଶାୟୀ । କେନ୍ଦ୍ରାପଡ଼ାରେ ଶତାଧିକ ଆଶାୟୀ ପରୀକ୍ଷା ଦେଇଛନ୍ତି । ପ୍ରଥମ କରି ଏତେ ସଂଖ୍ୟାରେ ପଦବୀ ପୂରଣ ହେବାକୁ ଯାଉଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି ।

ସେହିଭଳି ଢେଙ୍କାନାଳରେ ୨୪୬ଜଣ ଆଶାୟୀ ଲିଖିତ ପରୀକ୍ଷା ଦେଇଛନ୍ତି । ସୁରୁଖୁରୁରେ ପରୀକ୍ଷା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏତେ ସଂଖ୍ୟକ ପୋଷ୍ଟ ବାହାରିଥିବାରୁ ସମ୍ବଲପୁରରେ ମଧ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ସବୁଠି ଶାନ୍ତିଶୃଙ୍ଖଳାରେ ପରୀକ୍ଷା ଶେଷ ହୋଇଛି । ଏତେ ସଂଖ୍ୟାକ ପଦବୀରେ ନିଯୁକ୍ତି ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଆଶାୟୀ ।

Leave A Reply

Your email address will not be published.