ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଷ୍ଟ୍ରପତିଙ୍କୁ ତାଚ୍ଛଲ୍ୟ କରି ଅରୁଚିକର ଟିପ୍ପଣୀ ରଖିଲେ ଟିଏମସି ନେତା ଅଖିଳ ଗିରି

ନୂଆଦିଲ୍ଲୀ: ମର୍ଯ୍ୟାଦାର ସୀମା ଲଂଘିଲେ ମମତାଙ୍କ ମନ୍ତ୍ରୀ । ଦେଶର ପ୍ରଥମ ନାଗରିକ ତଥା ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ତାଚ୍ଛଲ୍ୟ କରିଛନ୍ତି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ନେତା ଅଖିଳ ଗିରି । ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଆୟୋଜିତ ଏକ ଜନସଭାରେ ରାଷ୍ଟ୍ରପତିଙ୍କ ଚେହେରାକୁ ନେଇ ତାଚ୍ଛଲ୍ୟ କରିଛନ୍ତି ମନ୍ତ୍ରୀ ଅଖିଳ ଗିରି ।

ମମତା ବାନାର୍ଜୀ ସରକାରରେ ଥିବା କ୍ୟାବିନେଟ ମନ୍ତ୍ରୀ ଅଖିଲ ଗିରି ଏଭଳି କିଛି ଆପତିଜନକ ମନ୍ତବ୍ୟ ଦେଇଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ୍ କରି ଭାଷଣ ଦେବା ବେଳେ ଟିଏମସିର ଅଖିଲ ଗିରି ରାଷ୍ଟ୍ରପତିଙ୍କ ରୂପ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ । ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ଟିଏମସି ଏବଂ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି । ଏହି ଭିଡିଓକୁ ବିଜେପି ଦୃଢ ନିନ୍ଦା କରିଛି । ମମତା ବାନାର୍ଜୀ ଏବଂ ଟିଏମସିକୁ ଆଦିବାସୀ ବିରୋଧୀ ବୋଲି କହିିଛି ପଶ୍ଚିମବଙ୍ଗ ବିଜେପି । ବିଜେପିର ଅମିତ ମାଲବ୍ୟ ମଧ୍ୟ ଟ୍ୱିଟ୍ କରି ମମତା ବାନାର୍ଜୀଙ୍କୁ ଘେରିଛନ୍ତି । ସେ ଲେଖିଛନ୍ତି ଯେ ମମତା ବାନାର୍ଜୀ ସର୍ବଦା ଆଦିବାସୀ ବିରୋଧୀ ଏବଂ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁନାହାନ୍ତି ।

Leave A Reply

Your email address will not be published.