ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁନିଗୁଡ଼ା ରେଞ୍ଜରେ ମହାରାଷ୍ଟ୍ର ବାଘର ଆତଙ୍କ, ମଇଁଷି ଛୁଆକୁ ଖାଇଗଲା ମହାବଳ ବାଘ

ମୁନିଗୁଡ଼ା: ରାୟଗଡ଼ା ବନଖଣ୍ଡ ମୁନିଗୁଡା ବନାଞ୍ଚଳରେ ମହାରାଷ୍ଟ୍ରରୁ ଆସିଥିବା ମହାବଳ ବାଘର ଉପସ୍ଥିତିକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ୪ ରାଜ୍ୟ ଡେଇଁ ଓଡ଼ିଶାରେ ଆତଙ୍କ ସୃଷ୍ଟି କରିଥିବା ମହାବଳ ଏବେ ମୁନିଗୁଡା ରେଞ୍ଜ ଦହିଖାଲ ଅଞ୍ଚଳରେ ବୁଲୁଛି। ଗତ କିଛିଦିନ ହେବ ଗଜପତି ଓ କନ୍ଧମାଳ ଜିଲ୍ଲାରେ ମହାବଳର ଆତଙ୍କ ଦେଖା ଯାଇଥିବା ବେଳେ ଗତକାଲି ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଉକ୍ତ ବାଘକୁ ଦେଖିବାକୁ ମିଳିଥିଲା। ଆଜି ମୁନିଗୁଡା ରେଞ୍ଜ ଶିବପଦର ପଞ୍ଚାୟତ ବନ୍ଧଗୁଡ଼ା ଜଙ୍ଗଲ ଓ ମୁନିଗୁଡ଼ା ଅମ୍ପାଦଳା ରାସ୍ତା ଜଙ୍ଗଲ ମଧ୍ୟରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ବାଘଟି ଏକ ମଇଁଷି ଛୁଆକୁ ମାରି ଖାଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖବରପାଇ ବନବିଭାଗ ଦହିଖାଲ, ବନ୍ଧଗୁଡା, ଚିଚାଙ୍ଗବୋରି ଓ ଏହାର ଆଖପାଖ ଅଞ୍ଚଳରେ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଘରୁ ବାହାରକୁ ନବାହାରିବା ପାଇ ସଚେତନ କରାଉଛି।

Leave A Reply

Your email address will not be published.