ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ଖରାରେ ଶିଝୁଛି ଓଡ଼ିଶା: ଦିନ ୨ଟା ୩୦ ସୁଦ୍ଧା କେନ୍ଦୁଝର ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଜଳୁଥିବା ବେଳେ କିଛି କିଛି ଜାଗାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ କେନ୍ଦୁଝର ୪୩ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଅନ୍ୟପଟେ ଡହଡହ ଖରାରେ ସିଝିଲେ ରାଜଧାନୀବାସୀ। ଭୁବନେଶ୍ୱରର ତାପମାତ୍ରା ୪୧.୩ ଡିଗ୍ରୀ ସେଲସିୟସ ରହିଛି।

Article Bottom (Mobile Only)

ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା-

କେନ୍ଦୁଝର: ୪୩ °C
ଝାରସୁଗୁଡା: ୪୨.୮ °C
ସମ୍ବଲପୁର: ୪୨.୬ °C
ହୀରାକୁଦ: ୪୧.୮ °C
ରାଉରକେଲା:୪୧.୮ °C
ବାଲେଶ୍ୱର: ୪୧.୪ °C
ଭୁବନେଶ୍ୱର: ୪୧.୩ °C
ଚାନ୍ଦବାଲି: ୪୦.୭ °C
ପୁରୀ: ୩୪.୬ °C
ଗୋପାଳପୁର: ୩୩.୨ °C
ପାରାଦୀପ: ୩୩.୧ °C

Leave A Reply

Your email address will not be published.