ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅକ୍ଟୋବରରୁ ରାଉରକେଲାରୁ ଉଡ଼ିବ ବିମାନ, ୩-ସି ଲାଇସେନ୍ସପ୍ରାପ୍ତ ବିମାନବନ୍ଦର ପାଇଁ ସବୁଜ ସଂକେତ

ରାଉରକେଲା : ରାଉରକେଲା ବିମାନବନ୍ଦରକୁ ୩-ସି ଲାଇସେନ୍ସ ପ୍ରଦାନ କରି ଆସନ୍ତା ଅକ୍ଟୋବର ସୁଦ୍ଧା ବିମାନ ଚଳାଚଳ କରିବା ପାଇଁ ଅଗ୍ରାଧିକାର ଭିତ୍ତିରେ ନିଷ୍ପତ୍ତି ନେଇଛନ୍ତି ଏଏଆଇ କର୍ତ୍ତୃପକ୍ଷ। ସେଥିପାଇଁ ଏଏଆଇ ଅଧ୍ୟକ୍ଷ ସଂଜୀବ କୁମାରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଇଡି ଫାଇନାନ୍ସ, ଇଡି ଇଂଜିନିୟରିଂ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ରାଉରକେଲା ବିମାନବନ୍ଦରର ସମ୍ପ୍ରସାରଣ ପାଇଁ ମୋଟ ୫୦ କୋଟି ଟଙ୍କା ବ୍ୟୟ ଅଟକଳରୁ ଏପର୍ଯ୍ୟନ୍ତ ୧୦ କୋଟି କେବଳ ଆପ୍ରୋନ ନିର୍ମାଣରେ ଖର୍ଚ୍ଚ ହୋଇଛି। ଏବେ ଖୁବ୍ ଶୀଘ୍ର ଟର୍ମିନାଲ ବିଲ୍ଡିଂ ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ ହେବ।

ସେହିପରି ରନୱେ ଏବଂ କାର୍ପେଟିଂ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଫଳରେ ମୋଟ ୧୯ କୋଟି ଟଙ୍କା ରାଉରକେଲା ବିମାନବନ୍ଦରର ସମ୍ପ୍ରସାରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଖର୍ଚ୍ଚ ପାଇଁ ମଞ୍ଜୁର କରାଯାଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଏହି ଟର୍ମିନାଲରେ ଅନ୍ୟୂନ ୧୫୦ ଲୋକ ବସିବା ପାଇଁ ବ୍ୟବସ୍ଥା ରହିବ। ଆସନ୍ତା ଅକ୍ଟୋବର ମାସ ଭିତରେ ରାଉରକେଲା ବିମାନ ବନ୍ଦର ନିର୍ମାଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ସମ୍ପନ୍ନ କରାଯିବ। ଅକ୍ଟୋବରରୁ ହିଁ ବିମାନ ଚଳାଚଳ କରାଯିବାକୁ ବୈଠକରେ ସବୁଜ ସଂକେତ ମିଳିଛି।

୨୦୨୩ ବିଶ୍ବ କପ୍ ହକି ଆୟୋଜନ ପୂର୍ବରୁ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଏଏଆଇ ଏକ ଦୃଢ ପଦକ୍ଷେପ ନେଇଥିବା ଜଣାପଡିଛି। ଏହା ପୂର୍ବରୁ କିଛି ଦିନ ତଳେ ଏକ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ରାଉରକେଲା ବିମାନବନ୍ଦରର ଏପର୍ଯ୍ୟନ୍ତ ରନୱେ ନିର୍ମାଣ ପାଇଁ ଟେଣ୍ଡର ହୋଇ ନଥିବା ବେଳେ କେବଳ ଟ୍ୟାକ୍ସିୱେ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି। ଏହାର ରନୱେର ସରକାରୀ ସମ୍ପ୍ରସାରଣ ମାତ୍ର ୧୯୦ ମିଟର ଅର୍ଥାତ୍ କେବଳ ଏଟିଆର-୭୨ ପରି ୭୦ଟି ସିଟ୍ ଥିବା ବିମାନ ଚଳାଚଳ ପାଇଁ ଉପଯୁକ୍ତ, ଯାହାରକି ୩-ସି ଲାଇସେନ୍ସର ଆବଶ୍ୟକ ରହିଛି।

Leave A Reply

Your email address will not be published.