ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଡ଼ି ଆଗକୁ ଆସି ଅଟକାଇବାରୁ ଗଣ୍ଡଗୋଳ, ଯାତ୍ରୀଙ୍କୁ ପିଟିଲେ ‘ମୋ ବସ୍‍’ କର୍ମଚାରୀ

ଭୁବନେଶ୍ୱର : ‘ମୋ ବସ୍‍’ ସମ୍ମୁଖକୁ ଆସି ଅଟକାଇବାକୁ ଚେଷ୍ଟା କରିବାରୁ ଜଣେ ଯାତ୍ରୀଙ୍କୁ ବସ୍‍ର ଡ୍ରାଇଭର୍‍ ଓ ହେଲ୍‍ପର୍‍ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରେ ଗାଡ଼ିମଟର ଅଟକି ରହିଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଖାରବେଳ ନଗର ଥାନା ଅଞ୍ଚଳରେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଡ଼ ଖାଉଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ରୁଟ୍‍ ନମ୍ୱର ୧୧ବସ୍‍କୁ ଥାନାକୁ ଆଣିଥିଲା। ଫଳରେ ବସ୍‍ରେ ଥିବା ଯାତ୍ରୀମାନେ ହଇରାଣ ହେବା ସହ ଅନ୍ୟ ବସ୍‍ରେ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ଅଭିଯୋଗକାରୀ ସତ୍ୟବର୍ଦ୍ଧନ ପଣ୍ଡାଙ୍କ ଅଭିଯୋଗ ଅନୁଯାୟୀ, ସେ ତାଙ୍କର ରୋଗିଣା ମା’ଙ୍କ ସହ ଛତିଶଗଡ଼ରୁ ଟ୍ରେନ୍‍ ଯୋଗେ ଫେରି ନନ୍ଦନକାନନ ଯିବା ପାଇଁ ମାଷ୍ଟରକ୍ୟାଣ୍ଟିନ୍‍ ନିକଟରେ ବସ୍‍କୁ ଅପେକ୍ଷା କରିଥିଲେ।

ରାତି ହେବାରୁ ଶେଷ ଗାଡ଼ି ବୋଲି ଭାବି ରୁଟ୍‍ ନମ୍ୱର ୧୧ ‘ମୋ ବସ୍‍’କୁ ତନିସ୍କ ସୋରୁମ ପାଖରେ ଅଟକାଇଥିଲେ। ତେବେ ବସ୍‍ଟି ନ ଅଟକିବାରୁ ସେ ଗାଡ଼ିର ଆଗକୁ ଯାଇ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ବସ୍‍ଟି ବେଗ କମାଇବା ସହ ତାଙ୍କ ଉପରକୁ ଚଢ଼ାଇଦେବାକୁ ଉଦ୍ୟମ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଫଳରେ ସେ ଜୀବନ ବଞ୍ଚାଇବାକୁ ଗାଡ଼ିର ଆଗ କାଚକୁ ଠେଲି ଉଠିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ବସ୍‍ର କାଚଟି ଫାଟି ଯାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବସ୍‍ ଡ୍ରାଇଭର୍‍ ଓ ହେଲପର୍‍ ସହ ପଛରେ ଆସୁଥିବା କିଛି ‘ମୋ ବସ’ କର୍ମଚାରୀ ମିଶି ତାଙ୍କୁ ମାଡ଼ ମାରିଥିଲେ। ଏପରିକି ତାଙ୍କ ମା’ଙ୍କୁ ମଧ୍ୟ ଅସଦାଚରଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ‘ମୋ ବସ’ର ଡ୍ରାଇଭର୍‍ ଶତ୍ରୁଘ୍ନ ବେହେରା କହିଛନ୍ତି, ବସ୍‍ ଷ୍ଟପ୍‍ ନ ଥିବାରୁ ସେ ଗାଡ଼ି ଅଟକାଇ ନ ଥିଲେ। ତେବେ ଯାତ୍ରୀ ଜଣକ ହଠାତ ଗାଡ଼ି ଆଗକୁ ଆସି ଅଟକାଇବାକୁ ଚେଷ୍ଟା କରିବା ସହ କାଚକୁ ଭାଙ୍ଗି ଦେଇଥିଲେ।

Leave A Reply

Your email address will not be published.