ଉତ୍ତରପଶ୍ଚିମ ଇରାନ୍ରେ ଭୂମିକମ୍ପ: ୭ ମୃତ, ୪୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଉତ୍ତର ପଶ୍ଚିମ ଇରାନର ପଶ୍ଚିମ ଅଜରବୈଜାନ ଅଞ୍ଚଳର ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୯ ଥିବା ରେକର୍ଡ ହୋଇଛି। ଏହ ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୪୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।
ଇରାନର ପଶ୍ଚିମ ଅଜରବୈଜାନ ଅଞ୍ଚଳରେ କିଛି ସ୍ଥାନରେ ଭୂକମ୍ପର ଝଟକା ଅନୁଭୁତ ହୋଇଛି । ସେହିପରି ଖୋୟେ ବ୍ୟତୀତ ଆଖପାଖ ଅଞ୍ଚଳରେ କିଛି ସହରରେ ଭୂକମ୍ପର ଝଟକା ଅନୁଭୁତ ହୋଇଛି । ଖୋୟେ ସହରରେ ଥିବା କିଛି ବଡ଼ ବଡ଼ ଘର ଭୁଶୁଡି ପଡିଛି । ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିହା ଅନୁମାନ କରାଯାଇଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି ।