ପାଠ ନ ପଢ଼଼ି ସବୁବେଳେ ମୋବାଇଲ୍‌‌ ଦେଖୁଥିଲା ଝିଅ, ମା’ ଗାଳି ଦେବାରୁ ଜୀବନ ହାରିଦେଲା

ଭୁବନେଶ୍ୱର: ବଡ଼ଗଡ଼ ଥାନା ବାଙ୍କୁଆଳ ଗାଁରେ ଝିଅ ପାଠ ନ ପଢ଼଼ି ସବୁବେଳେ ମୋବାଇଲ୍‌‌ ଦେଖୁଥିଲା। ଏହାକୁ ମା’ ବିରୋଧ କରିବାକୁ ଝିଅ ବିଷପିଇ ଆତ୍ମହତ୍ୟା କରିଛି। ମୃତ୍ୟୁ ଘଟିଥିବା ନାବାଳିକା ଜଣଙ୍କ ହେଲେ ବାଙ୍କୁଆଳ ଗାଁର ସୁଶାନ୍ତ ସ୍ୱାଇଁଙ୍କ ୧୫ ବର୍ଷିୟ ଝିଅ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ କରୁଛି। ସୁଶାନ୍ତଙ୍କ ୧୫ ବର୍ଷ ଝିଅ ଦଶମ ଶ୍ରେଣୀରେ ପାଠ ପଢ଼଼ୁଥିଲା।

Leave a comment