ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ବରକୁ ବଢୁଛି ବିମାନ ଯୋଗାଯୋଗ: ଏଣିକି ଭୁବନେଶ୍ବରରୁ – ଜାମସେଦପୁର ସିଧା ଫ୍ଲାଇଟ୍

ଭୁବନେଶ୍ବର: ଖୁବ ଶୀଘ୍ର ଇଣ୍ଡିଆ ୱାନ ଏୟାର ଦୁଇଟି ମାର୍ଗ ଯୋଡି ହେବାକୁ ଯାଉଛି। ତାହା ହେଉଛି ଭୁବନେଶ୍ବରରୁ ଜାମସେଦପୁର ଓ ଅନ୍ୟଟି ଜାମସେଦପୁରରୁ କଲିକତାକୁ ଉଡ଼ିବ ବିମାନ। ଏହାକୁ ଉଡ଼ାଇବ ଇଣ୍ଡିଆ ୱାନ ଏୟାର ବିମାନ ସେବା। ଏହି ଯୋଜନା ଆସନ୍ତା ଜାନୁଆରୀ ୩୧ ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହା ହେଉଛି ଏକ ନୂତନ ଏବଂ ଅନନ୍ୟ ମାର୍ଗ ଯାହା ଇଣ୍ଡିଆ ୱାନ ଦ୍ୱାରା ପରିଚାଳିତ ହେବାକୁ ଯାଉଛି। ଭୁବନେଶ୍ୱର – ଜାମସେଦପୁର – କୋଲକାତା ବୁକିଂ ବର୍ତ୍ତମାନ ଆରମ୍ଭ ହୋଇଯାଇଛି। କେବଳ କିଛି ସୀମିତ ଅବଧି ପାଇଁ। ସମସ୍ତ ଅନ୍ତର୍ଭୂକ୍ତ ଭଡା, ୧୪ ଫେବୃଆରୀ ୨୦୨୩ ପର୍ଯ୍ଯନ୍ତ ବୈଧ ଅଫର୍ ରହିଛି।

ସୂଚନା ଅନୁଯାୟୀ, ଇଣ୍ଡିଆ ୱାନ ଏୟାର ବିମାନ ଯେଉଁ ଦର ଧର୍ଯ୍ଯ କରିଛି ତାହା ହେଲା, ଭୁବନେଶ୍ବରରୁ ଜାମସେଦପୁର କୁ ୨୯୯୯। ଜାମସେଦପୁରରୁ କଲିକତା ୧୯୯୯। ପୁନର୍ବାର କଲିକତାରୁ ଜାମସେଦପୁର ୧୯୯୯। ଏବଂ ଜାମସେଦପୁର ରୁ ଭୁବନେଶ୍ଵର ୨୯୯୯ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଆଫର୍ କେବଳ ଫେବିଆରି ୧୪ ତାରିଖ ପର୍ୟ୍ୟନ୍ତ ଦର ଧର୍ଯ୍ଯ କରାଯାଇଛି।

ଏହି ବିମାନଟି ଜାନୁଆରୀ ୩୧ତାରିଖରେ ଭୁବନେଶ୍ବରରୁ ସକାଳ ୯ ଟାରେ ବାହାରି ଜାମସେଦପୁରରେ ସକାଳ ୧୦ ଟା ୫୦ ରେ ପହଞ୍ଚିବ। ଜାମସେଦପୁର ରୁ ୧୧ ଟା ୩୦ ରେ ଛାଡ଼ିବ କଲିକତାରେ ୧୨ ଟା ୩୫ ମିନିଟରେ ପହଞ୍ଚିବ। ସେହିପରି ଭାବରେ କଲିକତାରୁ ୧ ଟା ୨୫ ରେ ବାହାରି ଜାମସେଦପୁରରେ ୨ଟା ୩୦ ରେ ପହଞ୍ଚିବ। ଜାମସେଦପୁରରୁ ଅପରାହ୍ନ ୩ ଟା ୧୦ରେ ବାହାରି ଭୁବନେଶ୍ବରରେ ଅପରାହ୍ନ ୫ ଟାରେ ପହଞ୍ଚିବ। ଭୁବନେଶ୍ୱରରୁ ଜାମସେଦପୁର କୁ ୧ ଘଣ୍ଟା ୫୦ ମିନିଟ ଲାଗୁଥିବା ବେଳେ ଜାମସେଦପୁର ରୁ କଲିକତା ୧ ଘଣ୍ଟା ୫ ମିନିଟ ଲାଗିବ ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ପ୍ରଥମ ଦିନକୁ ଛାଡିଦେଲା ପରେ ବାକି ସବୁଦିନ ସକାଳ ୬ ଟା ୩୦ ରୁ ଜାମସେଦପୁର କୁ ବିମାନ ଉଡାଣ କରିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.