ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ମୁକାବିଲା ପାଇଁ ସଜାଗ ଅଛନ୍ତି ସରକାର, ନୂଆ ଭାରିଆଣ୍ଟକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ: ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡବିନ୍ଧାର କାରଣ ପାଲଟିଛି ମହାମାରୀ କରୋନା । ତେବେ ଏହାର ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ ସଜାଗ ଅଛନ୍ତି । କରୋନାର ନୂଆ ଭାରିଆଣ୍ଟ BF.7 କୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏହି ଭାରିଆଣ୍ଟ ଦୁଇ ବର୍ଷ ହେଲା ଅଛି। ଚୀନରେ ଏହି ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ବଢୁଥିବାରୁ ଏ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ଭାରିଆଣ୍ଟର ସଂକ୍ରମଣ କ୍ଷମତା ଅଧିକ ହେଲେ ମଧ୍ୟ କିନ୍ତୁ ଏହାର ମାରକ କ୍ଷମତା ବିଶେଷ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ବିଗତ ୪ଟି ଲହର ପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି । ତେଣୁ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ । ୩ ମାସରୁ ଅଧିକ ହେଲାଣି ରାଜ୍ୟରେ ପଜିଟିଭ ରେଟ୍‌ ବଢ଼ିନାହିଁ । ହସ୍ପିଟାଲରେ ରୋଗୀ ଅଧିକ ନାହାନ୍ତି । ଆଗକୁ ଯଦି ସଂକ୍ରମଣ ବଢେ କିପରି ମୁକାବିଲା କରାଯିବ ସେନେଇ ଆମେ ପ୍ରସ୍ତୁତ ରହିଛୁ । ସର୍ଭେଲାନ୍ସକୁ ଜୋରଦାର କରାଯିବ । ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ଟେଷ୍ଟ କରାନ୍ତୁ । ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୁତ ଅଛି । ବର୍ତ୍ତମାନ ରୋଗୀ ନଥିଲେ ମଧ୍ୟ ବେଡ଼ ମହଜୁଦ ରଖାଯାଇଛି । ଦରକାର ପଡ଼ିଲେ ବେଡ଼ ସଂଖ୍ୟା ବଢାଯିବ ।

Leave A Reply

Your email address will not be published.