ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତେଲୁଗୁ ଉପନ୍ୟାସ ‘ଭେନ୍ଦି ମେଘମ୍’ ପୁସ୍ତକର ଓଡ଼ିଆ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ କମଳା ଶତପଥୀ

ଭୁବନେଶ୍ୱର: ଓଡ଼ିଆ ଅନୁବାଦ ପାଇଁ ୨୦୨୨ର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ପାଇବେ ଲେଖିକା କମଳା ଶତପଥୀ । ସୟଦ ସଲିମଙ୍କ ତେଲୁଗୁ ଉପନ୍ୟାସ ‘ଭେନ୍ଦି ମେଘମ୍’ ପୁସ୍ତକର ଓଡ଼ିଆ ଅନୁବାଦ ‘ସୁନେଲି ବାଦଲ’ ପାଇଁ କମଳା ଶତପଥୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ମୂଳ ତେଲଗୁ ପୁସ୍ତକର ରଚୟିତା ହେଉଛନ୍ତି ସୟଦ ସଲିମ । ଆସନ୍ତା ବର୍ଷ ଏକ ସ୍ଵତନ୍ତ୍ର ଉତ୍ସବରେ ତାଙ୍କୁ ୫୦ ହଜାର ଟଙ୍କା ଓ ଏକ ତାମ୍ର ଫଳକ ପୁରସ୍କାର ବାବଦରେ ପ୍ରଦାନ କରାଯିବ ।

ସେ ପୂର୍ବରୁ ‘କ୍ୟାନସର୍ ନୁହେଁ ଅସାଧ୍ୟ ବେମାରୀ’ ପୁସ୍ତକରେ କର୍କଟ ଉପରେ ଶହେଟି ପ୍ରଶ୍ନର ଉତ୍ତରକୁ ହିନ୍ଦୀରୁ ଅନୁବାଦ କରିଥିଲେ । ଜୀବନର ସତ୍ୟତା, ରାଣୀର କାହାଣୀ, ଧ୍ୱଂସ ତଳର ଜୀବନ ପୁସ୍ତକ ମଧ୍ୟ ସେ ତେଲୁଗୁ ଉପନ୍ୟାସରୁ ଅନୁବାଦ କରିଛନ୍ତି । ଏହା ସହ ଗଳ୍ପ ସଂକଳନ ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ, ପୂର୍ଣ୍ଣଚ୍ଛେଦ ପରର କାହାଣୀ, ଗୋଟିଏ ପାପର କାହାଣୀ, ସଂପର୍କର ଦୋ’ଛକିରେ ମଣିଷ, ମହାପାତ୍ର ବାବୁଙ୍କ ହାଲ୍ ଚାଲ୍ ଭଳି ଅନେକ ପୁସ୍ତକ ସେ ରଚନା କରିଛନ୍ତି ।

ହାଏ ମୁମ୍ବଈ, ସଲାମ ମୁମ୍ବଈ, ଅଧାକାନ୍ଥି ଘର, ଫଗୁଣଟା ଫେରିଗଲା ପରେ, ମାୟା ନଗରୀ କୋଳେ ଭଳି ଉପନ୍ୟାସ ମଧ୍ୟ ରଚନା କରିଛନ୍ତି କମଳା ଶତପଥୀ । ବିଭିନ୍ନ କବିତା, ଉପନ୍ୟାସ ଓ ଗଳ୍ପ ସଙ୍କଳନ ପାଇଁ ତାଙ୍କୁ ସୁଧନ୍ୟା ଗଳ୍ପ ସମ୍ମାନ, ଓଡ଼ିଶା ଲେଖିକା ସମ୍ମାନ, ପ୍ରତିଭା ପୂଜା ସଂସଦ ସମ୍ମାନ, ସାହାଣମେଲା ସମ୍ମାନ, ଗନ୍ଧଗିରି ସମ୍ମାନ ଭଳି ଅନେକ ସମ୍ମାନରେ ତାଙ୍କୁ ସମ୍ମାନୀତ କରାଯାଇଛି । ଶବ୍ଦସୃଷ୍ଟି ପରିବାର ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି କମଳା ।

Leave A Reply

Your email address will not be published.