ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

କାନ୍ଥ ପଡ଼ି ପୁଅର ମୃତ୍ଯୁ, ବାପାମାଆ ଗୁରୁତର

ଜଳେଶ୍ବର: କାନ୍ଥ ପଡ଼ି ପୁଅର ମୃତ୍ଯୁ ଘଟିଥିବାବେଳେ ବାପାମାଆ ଗୁରୁତର ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ପଶ୍ଚିମବାଡ଼ ଗାଁରେ ଘଟିଛି ଏଭଳି ଅଘଟଣ। ମୃତକ ହେଲେ ଶେଖ ଆରିଫ। ଘର ତିଆରି ପାଇଁ ରାସ୍ତା କଡରେ ପଡ଼ିଥିବା ଚିପ୍ସ ଗୋଟାଉଥିବା ବେଳେ ପୁରୁଣା କାନ୍ଥଟି ପଡ଼ିଯାଇଥିଲା। ସମିର ଉଦ୍ଦିନ ତାଙ୍କ ସ୍ତ୍ରୀ ଆଶୁନା ବିବି ଏବଂ ତାଙ୍କ ପୁଅ ଆରିଫଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। କାନ୍ଥ ତଳେ ଚାପି ହୋଇ ରହିଥିବାବେଳେ ସ୍ଥାନୀୟଲୋକେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ସେମାନଙ୍କୁ ଜଳେଶ୍ବର ଜିକେଭଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ସେଠାରେ ପୁଅ ସେଖ ଆରିଫର ମୃତ୍ୟୁ ହୋଇଥିବାବେଳେ ବାପାମାଆଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 

Leave A Reply

Your email address will not be published.