ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହୋଲିରେ ଅଘଟଣ ରୋକିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ବର: ଫଗୁ ଓ ଫଗୁଣର ପର୍ବ ହୋଲି। ବରଷରେ ଥରେ ହୋଲି ଆସିଥାଏ। ସମସ୍ତେ ହୋଲି ଖେଳିବାକୁ ଅପେକ୍ଷା କରିଥାନ୍ତି। ଏଭଳି ପରିସ୍ଥିତିରେ ଅନେକ ଲୋକ ହୋଲି ଅବସରରେ ରଙ୍ଗ ଖେଳିବାକୁ ପସନ୍ଦ କରନ୍ତି । ଯାହାର ଝଲକ ମଧ୍ୟ ରାଜଧାନୀର ରାସ୍ତାଘାଟ ଠାରୁ ଆରମ୍ଭ କରି ହାଟବଜାରରେ ମଧ୍ୟ ଅନୁଭୂତ ହୋଇଥାଏ। ହୋଲିରେ ଅଘଟଣ ରୋକିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ନଦୀ ଓ କେନାଲ ତୁଠରେ ମୁତୟନ ହେବେ ଅଗ୍ନିଶମ କର୍ମଚାରୀ । ୫ଟି ସ୍ଥାନରେ ଲାଇଫ ଗାର୍ଡ, ଜ୍ୟାକେଟ, ରବର ବୋଟ ଆଦି ରହିବ। କୁଆଖାଇ, ଦୟା ନଦୀ ଓ ପୁରୀ କେନାଲ ଆଦିରେ ମୁତୟନ ହେବେ । ପ୍ରତି ତୁଠରେ ୬ ଜଣ ରେସକ୍ୟୁ ଟିମ୍ ରଖିବାକୁ ବିଭାଗ ନିଷ୍ପତ୍ତି ନେଇଛି। ନିଶାସକ୍ତ ଅବସ୍ଥାରେ ପାଣିକୁ ଯିବା ମନା କରାଯାଇଥିବାବେଳେ ଚୋରା ବାଲି ପ୍ରତି ସତର୍କ ନିର୍ଦ୍ଦେଶ ଦିଆଯାଇଛି।

 

Leave A Reply

Your email address will not be published.