ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆକାଶରୁ ବର୍ଷୁଛି ନିଆଁ, ଅସହ୍ୟ ତାତିରୁ ନିସ୍ତାର ନାହିଁ: ଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ଆଜି ବି ଟ୍ଵିନସିଟିକୁ ରେଡ୍ ଆଲର୍ଟ

ଭୁବନେଶ୍ୱର: ଆକାଶରୁ ବର୍ଷୁଛି ନିଆଁ, ଅସହ୍ୟ ତାତିରୁ ନିସ୍ତାର ନାହିଁ । ମୁଣ୍ଡଫଟା ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ସମଗ୍ର ଓଡ଼ିଶା ଭୀଷଣ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଥିବା ବେଳେ ଏଭଳି ସ୍ଥିତି ଆହୁରି ୪-୫ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏ ନେଇ ଟୁଇନ ସିଟି ଭୁବନେଶ୍ୱର ଓ କଟକ ପାଇଁ ଆଜି ପୁଣି ରେଡ୍ ଆଲର୍ଟ ଜାରି କରାଯାଇଛି। ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଲଗାତର ଦ୍ୱିତୀୟ ଦିନ ଲାଗି ଦୁଇ ସହରକୁ ରେଡ୍ ଆଲର୍ଟ ଜାରି କରାଯାଇଛି।

ଆଜି ବି ରାଜଧାନୀ ଭୁବନେଶ୍ୱରରେ ଦିନ ୧୧ଟା ୩୦ ସୁଦ୍ଧା ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱର, ଚାନ୍ଦବାଲି ଓ କେନ୍ଦୁଝରରେ ୪୦ ଡିଗ୍ରୀ ତଥା ତା’ଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ଭୁବନେଶ୍ବରର ତାପମାତ୍ରା ୪୪ ଦଶମିକ ୬ ଡିଗ୍ରୀ ସେଲସିୟସ ଥିଲା । ଅନୁଗୁଳ ପରେ ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ଥିଲା ଭୁବନେଶ୍ୱର। କଟକରେ ଗତକାଲି ସର୍ବାଧିକ ତାପମାତ୍ରା ୪୩.୪ ଡିଗ୍ରୀ ସେଲସିୟସ ଥିଲା ।

Leave A Reply

Your email address will not be published.