ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୁଲାଇ ୭ରେ ମହାପ୍ରଭୁଙ୍କ ରଥଯାତ୍ରା, ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ : ଆସନ୍ତା ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବୁଧବାର ପବିତ୍ର ଶ୍ରୀରାମ ନବମୀରେ ରଥକାଠ ଚିରଟ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ ଶୁଭାରମ୍ଭ ହେବ। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଡ଼ କରିବାରେ ଲାଗିଛି। ତେବେ ଚଳିତବର୍ଷ ବହୁ ପୂର୍ବରୁ ପୁରୀରେ ପହଞ୍ଚିଛି ରଥ ଦଉଡ଼ି। ଗୁରୁବାର ବୀରପ୍ରତାପପୁରସ୍ଥିତ ରାଜ୍ୟ ସମବାୟ କତା ନିଗମରୁ ୨୬ଟି ଦଉଡ଼ି ଏକ ଗାଡ଼ିରେ ଆସି ପହଞ୍ଚିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି। ଶ୍ରୀମନ୍ଦିର ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଏହି ଦଉଡ଼ି ଗ୍ରହଣ କରିଛନ୍ତି।

ଶ୍ରୀ ମେକାପ କହିଛନ୍ତି, ଏ ବର୍ଷ ୧୪ଟି ରଥଟଣା ଦଉଡ଼ି ଏବଂ ୧୨ଟି ଘେର ଦଉଡ଼ି ଦେବା ପାଇଁ କତା ନିଗମକୁ ଅର୍ଡର ଦିଆଯାଇଥିଲା। ଏହି ୧୨ଟି ଘେର ଦଉଡ଼ି ମଧ୍ୟରେ ୩ଟି ଇନର କର୍ଡନ, ୩ଟି ଆଉଟ୍‌ର କର୍ଡନ, ୩ଟି ଜେନେରାଲ କର୍ଡନ ଏବଂ ୩ଟି ପୁଲିସ କଡର୍ ଦଉଡ଼ି ରହିଛି । ଗୋଟିଏ ଟଣା ଦଉଡ଼ିର ଲମ୍ବ ପ୍ରାୟ ୨୨୦ ଫୁଟ ଏବଂ ମୋଟେଇ ୮ ଇଞ୍ଚ ରହିଛି।

ସେହିପରି ଘେର ଦଉଡ଼ି ମଧ୍ୟରେ ଇନର କର୍ଡନର ଲମ୍ବ ୨୭୦ ଫୁଟ, ଆଉଟର କର୍ଡନର ଲମ୍ବ ୩୭୫ ଫୁଟ, ଜେନେରାଲ କର୍ଡନ ୪୫୦ ଫୁଟ ଏବଂ ପୁଲିସ କର୍ଡନ ୧୦୦ ଫୁଟର ଦଉଡ଼ି ରହିଛି। ପ୍ରାୟ ମାସେ ଧରି ୧୪ ଜଣ କର୍ମଚାରୀ ଏହି ଦଉଡ଼ି ତିଆରିରେ ଲାଗିଥିଲେ। ଦୀର୍ଘ ୧୭ ବର୍ଷ ହେଲାଣି ରାଜ୍ୟ ସମବାୟ କତା ନିଗମ ରଥଯାତ୍ରା ପାଇଁ ଆବଶ୍ୟକ ଦଉଡ଼ି ଯୋଗାଇଆସୁଛି । କେବଳ ପୁରୀ ନୁହେଁ, ଓଡ଼ିଶାର ଅନ୍ୟ ଜଗନ୍ନାଥ ମନ୍ଦିରକୁ ମଧ୍ୟ ନିଗମ ରଥ ଦଉଡ଼ି ଦେଉଥିବା ଜଣାପଡିଛି।

Leave A Reply

Your email address will not be published.