ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫିଲ୍ମ ଷ୍ଟାଇଲରେ ଲୁଟ୍‌ : ଘରେ ପଶି ହାଣିଲେ, ୧୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟିନେଲେ

ବଳଙ୍ଗା : ବଳଙ୍ଗା ଥାନା ଅନ୍ତର୍ଗତ ସରସ୍ୱତୀପୁର ପଞ୍ଚାୟତ ଦକ୍ଷିଣ ସାହି ଗ୍ରାମର ହୋମିଓପାଥିକ ଡାକ୍ତର ରବିନ୍ଦ୍ରନାଥ ମହାପାତ୍ରଙ୍କ ଘରୁ ଏକ ବଡ ଧରଣର ଡ଼କାୟତି ହୋଇଛି । ଶନିବାର ବିଳମ୍ବିତ ରାତିରେ ୪ରୁ ୫ ଜଣ ଦୁର୍ବୃତ୍ତ ମୁହଁରେ କଳା କପଡା ବାନ୍ଧି ଗ୍ୟାସ୍ କଟକରେ ଗ୍ରୀଲ କାଟି ଝରକା ଦେଇ ଘରେ ପ୍ରବେଶ କରିଥିଲେ । ଡାକ୍ତର ଓ ତାଙ୍କ ପତ୍ନୀ ଶଦ୍ଦ ଶୁଣି ଉଠିଯିବାରୁ ଦୁର୍ବୃତ୍ତମାନେ ତାଙ୍କୁ ହାଣି ଫିଲ୍ମ ଷ୍ଟାଇଲିରେ ସମସ୍ତଙ୍କୁ ଏକ ଘରେ ଚାବି ପକାଇ ଗଦ୍‌ରେଜ ଆଲମିରା ଭାଙ୍ଗି ସୁନାରୂପା ଓ ନଗଦ ଟଙ୍କା ପ୍ରାୟ ୧୦ ଲକ୍ଷ ଟଙ୍କା ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି।

ଲୁଟେରାଙ୍କ ଆକ୍ରମଣରେ ଡାକ୍ତର ଦମ୍ପତିଙ୍କ ପୁଅ, ବୋହୁ, ନାତି ପ୍ରଭୃତି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ପିପିଲି ଆରକ୍ଷୀ ଉପଖଣ୍ଡ ଅଧିକାରୀ ବିରଞ୍ଚି ନାରାୟଣ ପତି, ଥାନାଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରାତ୍ରକାଳୀନ ପାଟ୍ରୋଲିଂ ଅଧିକ କଡ଼ାକଡ଼ି କରିବା ନିମନ୍ତେ ଜନସାଧାରଣ ଦାବି କରିଛନ୍ତି । ଡକାୟତିର ତରିକାକୁ ଦେଖିଲେ ଏହା ଏକ ପେଷାଦାର ଲୁଟେରାଙ୍କ କାମ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.