ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା; ବାପାଙ୍କ ସମେତ ୨ ଝିଅଙ୍କ ମୃତ୍ୟୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଦନପୁରରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଉପରେ ଭ୍ୟାନ୍ ମାଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାଇକ୍‌ କୁ ପଛପଟୁ ଧକ୍କା ଦେଇ ଉପରେ ଚଢ଼ିଯାଇଛି ପିକ୍ଅପ୍‌ ଭ୍ୟାନ୍‌। ଫଳରେ ଘଟଣାସ୍ଥଳରେ ଚାଲିଯାଇଛି ୩ ଜୀବନ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ମୃତଦେହକୁ ରାସ୍ତାରେ ରଖି ପରେ ରାସ୍ତାରେ ଟାୟର ଜାଳି ରାସ୍ତାରୋକ କରିଚାନ୍ତି ସ୍ଥାନୀୟଲୋକ।

ସୂଚନା ଅନୁସାରେ, ଏକ ବାଇକ୍‌ ରେ ପିତାଙ୍କ ସହ ୨ ଝିଅ ଓ ନାତିଙ୍କୁ ନେଇ ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ପିକ୍‌ଅପ୍ ଭ୍ୟାନ୍‌ (ଓଡି୧୫ପି ୨୩୦୭) ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରରେ ଥିଲା ଯେ, ପିକ୍‌ଅପ୍‌ ଭ୍ୟାନ୍‌ଟି ବାଇକ୍‌ ଉପରେ ଚଢିଯାଇଥିଲା । ଯାହାଫଳରେ ପିକଅପ୍‌ ତଳେ ଚାପି ହୋଇ ବାଇକ୍‌ ରେ ବସିଥିବା ୩ ଜଣଙ୍କ ଜୀବନ ଚାଲିଯାଇଥିଲା । ଦୁର୍ଘଟଣା ପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.