ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ୨୨ଟି ୟୁଟ୍ଯୁବ୍ ଚ୍ୟାନେଲକୁ ବ୍ଯାନ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମଙ୍ଗଳବାର ଭାରତର ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି  ୪ଟି ପାକିସ୍ତାନ ଭିତ୍ତିକ ନ୍ୟୁଜ୍ ଚ୍ୟାନେଲ ସମେତ ୨୨ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଯାନ୍ ଘୋଷଣା କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ।

ଖବର ଅନୁଯାୟୀ, ଏହା ବ୍ଯତୀତ ୩ଟି ଟ୍ବିଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକଣ୍ଟ ସମେତ ଗୋଟିଏ ନ୍ଯୁଜ ଚ୍ଯାନେଲ ୱେବସାଇଟକୁ ନଷିଧ ଘୋଷଣା କରାଯାଇଛି।

ବ୍ଯାନ୍ ହୋଇଥିବା ୨୨ ଟି ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟରୁ ୧୮ ଟି ଭାରତୀୟ ଚ୍ଯାନେଲ ରହିଛି। ଯେଉଁଥିରେ ARP News, SarkariBabu, News23 Hindi, KisanTak, Bharat Mausam, Exam Report ଭଳି ଚ୍ଯାନେଲ ରହିଛି। ସେହପରି ୪ଟି ବ୍ଯାନ ହୋଇଥିବା ପାକିସ୍ତାନ ଭିତ୍ତିକ ଚ୍ୟାନେଲ ହେଉଛି DuniyaMeryAagy, Ghulam NabiMadni, Haqeeqat TV, Haqeeqat TV 2.0 ।

ସୂଚନା ଅନୁଯାୟୀ, ଜାନୁଆରୀ ମାସରେ  ମନ୍ତ୍ରଣାଳୟ  ଭାରତ ବିରୁଦ୍ଧରେ ପ୍ରଚାର ପ୍ରସାରରେ ଜଡିତ ୩୫ଟି ୟୁଟ୍ୟୁବ୍ ଆଧାରିତ ନ୍ୟୁଜ୍ ଚ୍ୟାନେଲ୍ ଏବଂ ଦୁଇଟି ୱେବସାଇଟ୍ ନିଷିଧ କରିବାକୁ ନିର୍ଦ୍ଦେଶ ଦେଇଥିଲା।  ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଟନ୍ଦ୍ର  କହିଛନ୍ତି ଯେ ଡିଜିଟାଲ୍ ମିଡିଆ ଏଥିକ୍ସ କୋଡ୍ ନିୟମ ୨୦୨୧ ର ଜରୁରୀକାଳୀନ ବ୍ୟବସ୍ଥା ଅନୁଯାୟୀ ଏହି ନିଷିଧ ନିର୍ଦ୍ଦେଶ ଜାରି କରାଯାଇଛି।

 

Leave A Reply

Your email address will not be published.