ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ-କାନାଡା ବିବାଦକୁ ନେଇ ବିଷ ଓଗାଳୁଛି ପାକିସ୍ତାନ, କହିଲା ଏମିତି କଥା….

ନୂଆଦିଲ୍ଲୀ : ଭାରତ ବିରୁଦ୍ଧରେ କହିବାକୁ କୌଣସି ସୁଯୋଗକୁ ହାତଛଡା କରେନି ପାକିସ୍ତାନ। ଗରିବରୁ ଆହୁରି ଗରିବ ହୋଇଆସୁଥିବା ପାକିସ୍ତାନ ଭାରତର କୌଣସି ସଫଳତାକୁ ତ ଦେଖିପାରେନି, କିନ୍ତୁ କିଛି ବିବାଦ ସମୟରେ ଆଖି ତରାଟି ଦେଖିବା ସହ କିଛି ନା କିଛି ବୟାନ ଦେଇ ନିଜ ଆତ୍ମାକୁ ଶାନ୍ତି କରିଥାଏ। ଏପରି ଏବେ ଏକ ସୁଯୋଗ ପାକିସ୍ତାନକୁ ମିଳିଯାଇଛି, ଯେତେବେଳେ ଭାରତ ଓ କାନାଡା ମଧ୍ୟରେ ବିବାଦ ଦେଖାଦେଇଛି।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଘନଉଛି। ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ଗତ ଜୁନ ୧୮ରେ ହତ୍ୟା କରାଯାଇଥିଲା। ଦୁଇ ସନ୍ଦିଗ୍ଧ ବନ୍ଧୁକ ଧାରୀ ତାକୁ ହତ୍ୟା କରିଥିଲେ। ହେଲେ ବିନା କୌଣସି ପ୍ରମାଣରେ କାନାଡା ଏଥିପାଇଁ ଭାରତକୁ ଦାୟୀ କରୁଛି। କାନାଡା ଅଭିଯୋଗ କରୁଛି ଯେ, ହରଦୀପ ସିଂହ ନିଜ୍ଜାର ହତ୍ୟା ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥା ‘RAW’ର ହାତ ଅଛି। ଏହି ଅଭିଯୋଗକୁ ଭାରତ ଖଣ୍ଡନ କରିବା ପରେ ବି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି କାନାଡା ସରକାର। ଗତକାଲି ଭାରତୀୟ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଥିଲା କାନାଡା। ଏହାପରେ ଭାରତ ସରକାର ମଧ୍ୟ କାନାଡା ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବା ସହ ୫ ଦିନ ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆଉ ଏହାରି ମଧ୍ୟରେ ଭାରତ-କାନାଡା ବିବାଦକୁ ନେଇ ସାରା ବଶ୍ବରେ ଆଲୋଚନା ହେଉଥିବା ବେଳେ ପାକିସ୍ତାନ କେମିତି ସୁଯୋଗ ହାତଛଡା କରିବ। ଏହି ବାହାନାରେ ପାକିସ୍ତାନ ବି ବିଷ ଓଗାଳି ଦେଇଛି। ପାକିସ୍ତାନର ବୈଦେଶିକ ସଚିବ ସାଇରସ୍ କାଜୀ କହିଛନ୍ତି ଯେ ଏହି ଘଟଣା ଦ୍ୱାରା ସେ ଆଶ୍ଚର୍ଯ୍ୟ ନୁହଁନ୍ତି, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଯାହା କହିଛନ୍ତି ସେଥିରେ ନିଶ୍ଚିତ କିଛି ସତ୍ୟତା ଅଛି।

UNGAର ୭୮ ତମ ଅଧିବେଶନରେ ଯୋଗଦେବା ପାଇଁ ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାର-ଉଲ-ହକ କକ୍କରଙ୍କ ସହ ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଆସିଥିବା କାଜୀ ଏହା କହିଛନ୍ତି। ସେ କହିଛନ୍ତି ଯେ ‘କାନାଡାରେ ଭାରତୀୟ ଆତଙ୍କବାଦ ପାକିସ୍ତାନ ପାଇଁ ଆଶ୍ଚର୍ଯ୍ୟଜନକ ନୁହେଁ। ସେ ଏହି ଘଟଣା ସହ କୁଳଭୂଷଣ ଯାଦବଙ୍କୁ ଜଡିତ କରି କହିଛନ୍ତି ଯେ ୨୦୧୬ ମାର୍ଚ୍ଚ ମାସରେ ବଲୁଚିସ୍ତାନରୁ RAW ଏଜେଣ୍ଟ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ଗିରଫ କରିଥିଲା। ସେ ସେଠାରେ ରହି ଭାରତ ପାଇଁ ଗୁଇନ୍ଦାଗିରି କରୁଥିଲେ। କିନ୍ତୁ ସତକଥା ହେଲା ଭାରତୀୟ ନାଗରିକ କୁଳଭୂଷଣ ଯାଦବ RAW ଏଜେଣ୍ଟ ନଥିଲେ। ସେ ନୌସେନାରେ କାର୍ଯ୍ୟ କରୁଥିଲେ, କିନ୍ତୁ ଏହା ପରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିଲେ। କିନ୍ତୁ ପାକିସ୍ତାନ ତାଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ କରି  ମୃତ୍ୟୁଦଣ୍ଡ ଦେଇଛି। ପାକିସ୍ତାରର ସମସ୍ତ ଅଭିଯୋଗକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଯାଦବ ବର୍ତ୍ତମାନ ପାକିସ୍ତାନୀ ଜେଲରେ ଅଛନ୍ତି।

ସତର୍କ ରହିବାକୁ କାନାଡାରେ ରହୁଥିବା ନିଜ ନାଗରିକଙ୍କୁ ପରାମର୍ଶ ଦେଲା ଭାରତ

ଭାରତ-କାନାଡା ମଧ୍ୟରେ ତିକ୍ତତା ବଢୁଥିବା ବେଳେ କାନାଡାରେ ରହୁଥିବା ଛାତ୍ରଛାତ୍ରୀ ଏବଂ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଭାରତ ସରକାର। ଆଜି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏନେଇ ଏକ୍ସରେ ଏକ ପୋଷ୍ଟ କରି କାନାଡାରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କତା ଅବଲମ୍ୱନ କରିବାକୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.