ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏସିଆ କପରେ ‘ଧମାକା’ ପରେ ପୁଣି ବିଶ୍ୱର ଏକ ନମ୍ବର ବୋଲର ହେଲେ ମହମ୍ମଦ ସିରାଜ

ନୂଆଦିଲ୍ଲୀ : ଆଇସିସି ODI ର଼୍ୟାଙ୍କିଙ୍ଗରେ ଭାରତର ତାରକା ଦ୍ରୁତ ବୋଲର ମହମ୍ମଦ ସିରାଜ ଏକ ନମ୍ବର ବୋଲର ହୋଇଛନ୍ତି। ବୁଧବାର ପ୍ରକାଶିତ ସର୍ବଶେଷ ଆଇସିସି ମାନ୍ୟତାରେ ସିରାଜ ସିଧା ଆଠଟି ସ୍ଥାନ ଉପରକୁ ଉଠି ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ଏସିଆ କପରେ ‘ଧମାକା’ ପରେ ସେ ସିଧାସଳଖ ନବମ ସ୍ଥାନରୁ ପ୍ରଥମ ସ୍ଥାନକୁ ଯାଇଛନ୍ତି। ଏସିଆ କପ୍ ଫାଇନାଲରେ ମାରାତ୍ମକ ବୋଲିଂ ଦ୍ୱାରା ସିରାଜ ଭାରତକୁ ଏସିଆ କପ୍‌ ବିଜେତା କରିଥିଲେ। ସେ ଫାଇନାଲରେ ୨୧ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ।


ମହମ୍ମଦ ସିରାଜ ଏସିଆ କପରେ ମୋଟ ୧୦ ୱିକେଟ୍ ନେଇଥିଲେ। ଏହା ହେଉଛି ଦ୍ୱିତୀୟ ଥର ପାଇଁ ସିରାଜ ଏକ ନମ୍ବର ବୋଲର ହୋଇଛନ୍ତି। ଏହାପୂର୍ବରୁ ମାର୍ଚ୍ଚ ୨୦୨ ରେ ମଧ୍ୟ ସେ ଏହି ସ୍ଥାନରେ ପହଞ୍ଚିଥିଲେ। କିନ୍ତୁ ହେଜେଲଉଡ ତାଙ୍କୁ ହଠାଇ ପ୍ରଥମ ସ୍ଥାନରେ ପହଞ୍ଚି ଯାଇଥିଲେ। ଆଉ ଆଇସିସି ପକ୍ଷରୁ ଆଜି ଜାରି କରାଯାଇଥିବା ଦିନିକିଆ ରାଙ୍କିଙ୍ଗରେ ସିରାଜ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ ହେଜେଲଉଡଙ୍କୁ ଦ୍ୱିତୀୟ ସ୍ଥାନକୁ ଠେଲି ନିଜେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏଥି ସହିତ ଆଇସିସି ରାଙ୍କିଙ୍ଗର ୩ନଂରେ ବୋଲ୍ଟ, ୬ନଂରେ ଷ୍ଟାର୍କ, ୭ନଂରେ ନ୍ୟୁଜିଲ୍ୟାଣ୍ଡର ମ୍ୟାଟ ହେନରୀ, ୮ମରେ ଆଡାମ ଜାମ୍ପା, ୯ନଂରେ କୁଲଦୀପ ଯାଦବ ଓ ୧୦ନଂରେ ଶାହୀନ ଆଫ୍ରିଦି ରହିଛନ୍ତି।

Leave A Reply

Your email address will not be published.