ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ମିଶ୍ରିତ ପାଗ : ସକାଳେ ଖରା, ଅପରାହ୍ଣରେ କାଳବୈଶାଖୀ

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ମିଶ୍ରିତ ପାଗ ଜାରି ରହିଛି। ପୂର୍ବାହ୍ଣରେ ଖରା ଅନୁଭୂତ ହେଉଥିବା ବେଳେ ଅପରାହ୍ଣରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳୁଛି। ଗତ କିଛି ଦିନ ହେବ, ଉପକୂଳ ଓଡ଼ିଶାରେ ପ୍ରତିଦିନ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ଗୁରୁବାର ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ପବନ ହୋଇଛି। ଗୁରୁବାର କୋରାପୁଟରେ ପ୍ରବଳ କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଗଛ ଡାଳ ଭାଙ୍ଗିଛି। ଏହାସହ ବିଭିନ୍ନ ସ୍ଥାନରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ବିଶେଷକରି ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଶୁକ୍ରବାର ସକାଳ ସାଢ଼େ ୮ଟାରୁ ୧୧ ତାରିଖ ସକାଳ ସାଢ଼େ ୧୧ଟା ପର୍ଯ୍ୟନ୍ତ ୧୯ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା, ପବନ ଓ ବଜ୍ରପାତ ନେଇ ୪ ଦିନ ପର୍ଯ୍ୟନ୍ତ ଏଭଳି ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କାଳବୈଶାଖୀ ବର୍ଷା ଯୋଗୁଁ ଦ୍ବୈତନଗରୀରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ତଳେ ରହିବା ସହ ଅପରାହ୍ଣରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପରିସ୍ଥିତି ଆକଳନ କରାଯାଇଛି। ସେହିପରି କାଳବୈଶାଖୀ ସାଙ୍ଗକୁ ୪୦-୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହୁଥିବାରୁ ରାଜ୍ୟବାସୀଙ୍କୁ ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ବର୍ତ୍ତମାନ ସମୁଦ୍ରରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ସ୍ଥଳଭାଗକୁ ଆସୁଥିବା ଯୋଗୁଁ ବର୍ଷା ପାଇଁ ପାଗ ଅନୁକୂଳ ରହୁଛି। ଆଜିଠୁ ୧୨ ତାରିଖ ଯାଏ ଉତ୍ତର ଉପକୂଳ ସଂଲଗ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି।

ସେହିପରି ଦକ୍ଷିଣ ଓଡ଼ିଶାରେ ୧୦, ୧୨ ଓ ୧୪ରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଦକ୍ଷିଣ ଆଭ୍ୟନ୍ତରରେ ୧୨ ଯାଏ ଓ ଉତ୍ତର ଆଭ୍ୟନ୍ତରରେ ୧୩ ଯାଏ ହାଲୁକା ବର୍ଷା ହେବ। ଅନ୍ୟପଟେ ଦକ୍ଷିଣ ଆଭ୍ୟନ୍ତରରେ ବୌଦ୍ଧ, ନୂଆପଡ଼ା, ସୋନପୁର, ବଲାଙ୍ଗୀର, କଳାହାଣ୍ଡିରେ ୧୧ରୁ ତାତି ବଢ଼ିବ। ଏଠାରେ ତାପମାତ୍ରା ୪୨ରୁ ୪୩ ଡିଗ୍ରୀ ରହିପାରେ ବୋଲି ଆକଳନ କରାଯାଉଛି।

Leave A Reply

Your email address will not be published.