ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିକ୍ଷାବୃତ୍ତି ପାଇଁ ପ୍ରକୃଷ୍ଠ ସ୍ଥାନ ପାଲଟିଛି କି ରାଜଧାନୀ ଭୁବନେଶ୍ବର? ଟ୍ରାଫିକ ଛକ ଠୁ ଷ୍ଟେସନ ସବୁଠି ମାଳ ମାଳ ରାଜ୍ୟ ବାହାର ଭିକ୍ଷୁକ

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢ଼଼ି ଚାଲିଛି ଅଣଓଡ଼ିଆ ଭିକାରୀଙ୍କ ସଂଖ୍ୟା। ଛୋଟ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ଟ୍ରାଫିକ ଛକ, ଜଳଗହଳିପୂର୍ଣ୍ଣ ସ୍ଥାନ ସମେତ ଧର୍ମାନୁଷ୍ଠାନ ପରିସରରେ ମଧ୍ୟ ଭିକ୍ଷାବୃତ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ତେବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ପକ୍ଷରୁ ରାଜଧାନୀକୁ ଭିକାରୀ ମୁକ୍ତ କରିବାକୁ ଯୋଜନା କରାଯାଇଥିଲା। ବିଭିନ୍ନ ସ୍ଥାନରୁ ଭିକାରୀମାନଙ୍କୁ ଉଦ୍ଧାର କରାଯାଇ ଭିକ୍ଷୁକ ଥଇଥାନ କେନ୍ଦ୍ରରେ ରଖାଯାଇଥିବା ବେଳେ ରାଜ୍ୟ ବାହାରୁ ଆସି ରାଜଧାନୀରେ ଭିକ୍ଷାବୃତ୍ତି କରୁଥିବା ଭିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଏମିତିିକି ରାଜ୍ୟ ବହାରୁ ଆସି ରାଜଧାନୀରେ ଭିକ୍ଷାବୃତ୍ତି କରୁଥିବା ଭିକ୍ଷୁକମାନଙ୍କ ଚିହ୍ନଟ ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଦିନକୁ ଦିନ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଟ୍ରାଫିକ ଛକରେ ସିଗନାଲ୍‍କୁ ଅପେକ୍ଷା କରୁଥିବା ଚାଳକମାନଙ୍କୁ ହଇରାଣ କରୁଥିବା ବହୁବାର ଅଭିଯୋଗ ହୋଇଛି। ବିଶେଷ କରି କାର୍‍ ଚାଳକମାନଙ୍କ ଠାରୁ ଟଙ୍କା ନେବା ପାଇଁ ବେଲୁନ୍‍, ପେନ୍‍ ଆଦି ସାମଗ୍ରୀ କିଣିବାକୁ ଏମାନେ ପିଚ୍ଛା ପଡ଼ିଯାଆନ୍ତି। କାର୍‍ ଡୋରକୁ ବାରମ୍ବାର ବାଡାଉଥିବା ଚାଳକମାନେ ଅଭିଯୋଗ କରୁଛନ୍ତି।

ସେହିପରି ବସ୍‍ଷ୍ଟାଣ୍ଡ କିମ୍ବା ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ଯାତ୍ରୀଙ୍କ ଗୋଡ଼ ଧରି ଟଙ୍କା ଦେବାକୁ ବାଧ୍ୟ କରୁଥିବା ବେଳେ ଧର୍ମାନୁଷ୍ଠାନଗୁଡ଼ିକ ବାହାରେ ମଧ୍ୟ ଭିଡ଼ ଜମାଉଛନ୍ତି। ସବୁଠୁ ବଡ଼କଥା ହେଉଛି ଭିକ୍ଷୁକଙ୍କ ମଧ୍ୟରେ ଅନେକ ରାଜ୍ୟ ବାହାରର ହୋଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା ସହଜ ହେଉନାହିଁ। ଫଳରେ ଉକ୍ତ ଭିକ୍ଷୁକମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ସୂଚନା ମିଳିଛି। ନିକଟରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ରାଜ୍ୟ ବାହାରର ଭିକ୍ଷୁକମାନେ ନକଲି ପାୱାରବ୍ୟାଙ୍କରେ କାଦୁଅ ଭର୍ତ୍ତିକରି ବିକ୍ରି କରୁଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ। ସେମାନେ ପ୍ରତିଦିନ ସ୍ଥାନ ପରିବର୍ତ୍ତନ କରିବା ସହ ବ୍ୟବସାୟରେ ମଧ୍ୟ ପରିବର୍ତ୍ତନ କରୁଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ମହିଳା, ବୟସ୍କ ବ୍ୟକ୍ତି ଏବଂ ଛୋଟ ପିଲାମାନେ ମଧ୍ୟ ସାମିଲ ହୋଇଛନ୍ତି। ତେବେ ଦିନକୁ ଦିନ ଏହି ସମସ୍ୟା ବଢ଼଼ୁଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉ ନ ଥିବା ବେଳେ ରାଜଧାନୀରେ ଖେଳି ଗଲେଣି ଅଣଓଡ଼ିଆ ଭିକ୍ଷୁକ।

Leave A Reply

Your email address will not be published.