ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ: ବିଶ୍ୱର ୧୫ଟି ସହର ଭିତରେ ସ୍ଥାନ ପାଇଲା ରାଉରକେଲା

ରାଉରକେଲା : ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସହର ବିଶ୍ୱର ୧୫ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଛି। ଏଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଏକ ଅଭିନବ ପ୍ରକଳ୍ପ ଉପସ୍ଥାପନ କରି ବିଶେଷ ସ୍ବିକୃତି ହାସଲ କରି ବିଶ୍ଵର ୫୦ଟି ପ୍ରମୁଖ ସହର ମଧ୍ୟରେ କିଛି ଦିନ ପୂର୍ବରୁ ରାଉରକେଲା ସ୍ଥାନ ପାଇଥିଲା। ଏହି ପରିପ୍ରେକ୍ଷୀରେ ବିଶ୍ୱର ୯୯ ଦେଶ ଓ ୬୩୦ ପ୍ରସ୍ତାବ ଭିତରେ ଚୂଡ଼ାନ୍ତ ପର୍ଯ୍ୟାୟରେ ଭାରତର ଦୁଇ ପ୍ରମୁଖ ସହର ସ୍ଥାନ ପାଇଥିଲେ। ତେବେ ୫୦ଟି ପ୍ରମୁଖ ସହର ମଧ୍ୟରୁ ନିଜର ଉତ୍ତମ କାର୍ଯ୍ୟଦକ୍ଷତା ଉପସ୍ଥାପନ କରି ରାଉରକେଲା ଭାରତର ଏକ ମାତ୍ର ସହର ଯାହା ବିଶ୍ୱର ପ୍ରମୁଖ ୧୫ଟି ସହର ମଧ୍ୟରେ ସ୍ଥାନ ପାଇଛି। ଏଥିପାଇଁ ବ୍ଲୁମବର୍ଗ ପକ୍ଷରୁ ରାଉରକେଲା କୁ ୧ ନିୟୁତ ଡଲାର ପୁରସ୍କାର ରାଶି ମିଳିବା ସହିତ ବିଭିନ୍ନ ସ୍ତରରେ ବୈଷୟିକ ସହଯୋଗ ଏବଂ ପରାମର୍ଶ ମଧ୍ୟ ଯୋଗାଇ ଦିଆଯିବ।
Congratulate @smartcityrkl on winning @BloombergDotOrg’s #MayorsChallenge from among the 600 participating global cities & the only city from India to win it. #Rourkela won the challenge by offering women entrepreneurs access to cold-storage to reduce food waste. #OdishaLeads https://t.co/9X33sglMl8
— Naveen Patnaik (@Naveen_Odisha) January 18, 2022
ରାଉରକେଲା ମହାନଗର ନିଗମ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟକାରୀ ହେଇ ପାରିଥିବାରୁ ରାଉରକେଲା ବିଶ୍ୱର ୧୫ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇ ପାରିଛି। ପରୀକ୍ଷାମୂଳକ ଭାବେ ସହରର ଛେଣ୍ଡସ୍ଥିତ ଭିଏସଏସ ମାର୍କେଟଠାରେ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି। ଫଳରେ ଚାଷୀ, ଛୋଟ ଛୋଟ ପରିବା ଏବଂ ଫଳ ବ୍ୟବସାୟୀମାନେ ନିଜ ସାମଗ୍ରୀର ସଂରକ୍ଷଣକୁ ନେଇ ଭୋଗୁଥିବା ଅସୁବିଧାର ସମାଧାନ ହୋଇପାରିବା ସହ ଖାଦ୍ୟ ଅପଚୟ ରୋକା ଯାଇପାରିଛି। ଏହା ସହିତ ବିଶେଷ କରି କରୋନା ମହାମାରୀ ଭଳି ପରିସ୍ଥିତିରେ ଲୋକଙ୍କ ଦୁଆର ମୁହଁରେ ତାଜା ପନିପରିବା ଓ ଫଳ ପହଞ୍ଚାଯିବା। ଏ ସମସ୍ତ କାର୍ଯ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପରିଚାଳନା କରୁଛନ୍ତି। ଏହା ଦ୍ୱାରା ସେମାନଙ୍କ ଜୀବନଶୈଳୀରେ ମଧ୍ୟ ଉନ୍ନତି ହୋଇଛି।ଏହି ପ୍ରକଳ୍ପଜୁ କାର୍ଯ୍ୟକାରୀ କରିବା ଲାଗି କୃଷି ଷ୍ଟାର୍ଟଅପ୍ କୋଏଲ ଫ୍ରେସ ସହଯୋଗ କରିଥିଲା। ଏହାର ମୁଖ୍ୟ ଆଶୁତୋଷ ନାୟକଙ୍କ ନେତୃତ୍ୱରେ ଏନଆଇଟି ରାଉରକେଲାର ବର୍ତ୍ତମାନ ତଥା ପୂରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବୈଷୟିକ ଟିମ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
Rourkela wins USD 1 Million under @BloombergDotOrg Global Mayors Challenge 2021 for innovation in enhancing farmers & small vendors income with cold storage facilities managed by WSHGs. @CMO_Odisha @mission_shakti @HUDDeptOdisha @MoHUA_India @MikeBloomberg @DMSundargarh pic.twitter.com/W2p8iHiW5w
— Rourkela Municipal Corporation (@RourkelaMC) January 18, 2022
ଏହି ପ୍ରକଳ୍ପରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର କରି ଏହାକୁ ଦୀର୍ଘସ୍ଥାୟୀ ତଥା ସଫଳ କରାଯାଇପାରିଛି । ଏହି ବିଶ୍ୱସ୍ତରୀୟ ସଫଳତା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିସନର ଡାକ୍ତର ଶୁଭଙ୍କର ମହାପାତ୍ର ନିଗମର କର୍ମକର୍ତ୍ତା ଏବଂ ପ୍ରକଳ୍ପ ସହ ସଂପୃକ୍ତ ସମସ୍ତ ଅଂଶୀଦାର ଓ ରାଉରକେଲାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।‘‘ବ୍ଲୁମବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜରେ ଭାଗ ନେଇ ରାଉରକେଲା ବିଶ୍ଵର ପ୍ରମୁଖ ୧୫ଟି ସହର ଭିତରେ ସ୍ଥାନ ପାଇବା ଆମ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବର ବିଷୟ । ଆଗାମୀ ଦିନରେ ଏଭଳି ଅଭିନବ ପ୍ରକଳ୍ପ ପରିକଳ୍ପନା କରିବା ଦିଗରେ ଏହି ପୁରସ୍କାର ନିଶ୍ଚିତ ଭାବେ ସମସ୍ତଙ୍କୁ ଉତ୍ସାହିତ କରିବ । ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସକ୍ରିୟ ଭୂମିକା ଫଳରେ ଏହି ପ୍ରକଳ୍ପ ସହରର ସମସ୍ତ ଅଂଶୀଦାରମାନଙ୍କୁ ସୁଫଳ ଯୋଗାଇ ଦେଉଛି’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।
Wonderful news. Thanks to Ashutosh (Koel Fresh) , Dibya Parida (ex-commissioner, RMC) who have taken Rourkela to global forums. We strive to continue the efforts to bring effective livelihood opportunities. https://t.co/FfXKbvk4eP
— Nikhil Pavan Kalyan (@pavankalyan) January 18, 2022
ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଗତ ବର୍ଷ ଜୁନ ମାସରେ ବିଶ୍ବର ୯୯ଟି ଦେଶ ଭାଗ ନେଇଥିଲେ। କୋଭିଡ୍ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାର କରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା। ସେଥିମଧ୍ୟରୁ ଅଭିନବ ତଥା ଉଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ରାଉରକେଲା ସମେତ ୫୦ଟି ସହର ଫାଇନାଲିଷ୍ଟ ହୋଇଥିଲେ। ଏହି ତାଲିକାରେ ପୁନେ ସହର ମଧ୍ୟ ରହିଥିଲା।
Congratulations to @smartcityrkl on winning $1 Mil Prize of @BloombergCities 2021. Being the only Indian city among Top 15 to win the challenge for offering Innovation in cold storage facilities being managed by Mission Shakti SHG to reduce food wastage & enhance Farmers' income. pic.twitter.com/zBUdZaCXxs
— Pratap Jena (@jenapratap66) January 18, 2022