ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜ୍ରଘାତରେ ଜଣେ ମୃତ, ୩ ଆହତ

୧୦ରୁ ଉର୍ଦ୍ଧ୍ବ ଛେଳି ମୃତ

ଖଲ୍ଲିକୋଟ: ଖଲ୍ଲିକୋଟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗୁରୁବାର ଅପରାହ୍ନରେ ବର୍ଷା, ଘଡ଼ଘଡ଼ି ସାଙ୍ଗକୁ ବଜ୍ରାଘାତ ହୋଇଥିଲା । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଏହାସହ ୧୦ରୁ ଉର୍ଦ୍ଧ୍ବ ଛେଳିଙ୍କ ମଧ୍ଯ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଖଲ୍ଲିକୋଟ ବ୍ଲକ୍‌ ଚିକିଲି ଗ୍ରାମର ଜୟରାମ ଗୌଡ଼ ଗାଈ ଚରାଇବାକୁ ଯାଇଥିବା ବେଳେ ହଠାତ ବର୍ଷା ସହ ବଜ୍ରପାତ ହୋଇଥିଲା । ଫଳରେ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଡାକ୍ତର ଏଠାରେ ଜୟରାମଙ୍କୁ ମୃତ ଘୋଷଣା କରିଥିଲେ ।

ସେଭଳି କଞ୍ଚଣା ଗ୍ରାମର ଜଣେ ମହିଳା ସୁମତି ସାହୁ ନିଜ ଘରର ବାରିପଟେ କିଛି କାମ କରୁଥିବା ସମୟରେ ବଜ୍ରପାତ ହେବାରୁ ଗୁରୁତର ଆହତ ହୋଇଛନ୍ତି । ବିଏନ୍‌ପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ଏନ୍‌.ପିତାମ୍ୱର ପାତ୍ର ଓ ଏସ୍‌.ରଘୁ ପାତ୍ର ଛେଳି ଚରାଇବକୁ ଯାଇଥିବା ବେଳେ ବଜ୍ରାଘାତ ହେବା କାରଣରୁ ଦୁହେଁ ଗୁରୁତର ଆହତ ହେବା ସହ ଘଟଣାସ୍ଥଳରେ ୧୦ରୁ ଉର୍ଦ୍ଧ୍ବ ଛେଳିଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.