ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜ୍ରପାତରେ ଜଣେ ମୃତ

ବାଲିଅନ୍ତା-ବାଲିଅନ୍ତା ବ୍ଲକ ଜୟଦେବ ପଞ୍ଚାୟତର ଫିରିଫିରା ଗ୍ରାମରେ ବଜ୍ରପାତରେ ଜଣକର ମୃତ୍ୟୁ ଘଟିଛି । ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ନରି ବେହେରାଙ୍କ ସାନ ପୁଅ ଗୌରାଙ୍ଗ ବେହେରା, ବୟସ ୪୫ ବର୍ଷ | ଗୌରାଙ୍ଗ ଗାଇ ଗୋଠ ନେଇ ବିଲକୁ ଚରାଇବାକୁ ଯାଇଥିବା ସମୟରେ ହଠାତ୍ ବଜ୍ରପାତ ଘଟିଥିଲା । ସେଇଠାରେ ହିଁ ଗୌରାଙ୍ଗ ଟଳି ପଡିଥିଲେ । ସେହି ଗ୍ରାମର କିଛି ଲୋକ ତାଙ୍କୁ ଆଣି ନିକଟସ୍ଥ ଅଡଶପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ପୋଷଣା କରିଥିଲେ ।ଗୌରାଙ୍ଗଙ୍କର ୨ଟି ଛୋଟ ଛୋଟ ପିଲା ଥିବାବେଳେ ତାଙ୍କର ଆର୍ଥୀକ ପରିସ୍ଥିତି ଭଲ ନଥିବା ଗ୍ରାମବାସୀ ମାନେ କହିଛନ୍ତି | ମୃତଖବର ଶୁଣି ବାଲିଅନ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଚିତ୍ରା ଜେନାମଣୀ, ବାଲିଅନ୍ତା ବ୍ଲକ ବିଜେଡ଼ି ସଭାପତି ପ୍ରଦିପ୍ତ ଜେନାମଣି ପହଞ୍ଚି ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ଭେଟି ସମସ୍ତ ସରକାରୀ ସୁବିଧା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.