ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, କ୍ରମାଗତ ୧୫ ଦିନରେ ୧୩ ଥର ହେଲାଣି ଦାମ୍ ବୃଦ୍ଧି

ଭୁବନେଶ୍ୱର: ତୈଳ ଦରରେ ଲାଗୁନି ବ୍ରେକ । ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଗତ ୧୫ ଦିନରେ ୧୩ ଥର ବୃଦ୍ଧି ହେଲାଣି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଉଭୟର ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଥିବା ଜଣାଯାଇଛି। ୧୩ ଥରରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯ଟଙ୍କା ୮୪ ପଇସା ବୃଦ୍ଧି ପାଇ ୧୧୧ଟଙ୍କା ୬୪ପଇସା ଓ ଡିଜେଲ ୯ଟଙ୍କା ୭୬ ପଇସା ବଢ଼ି ୧୦୧ ଟଙ୍କା ୩୯ ପଇସାରେ ପହଁଚିଛି । ନୂତନ ଦର ସକାଳ ୬ଟାରୁ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ଲାଗୁ ହୋଇଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିଥିଲେ ବି ଭାରତୀୟ ବଜାରରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ଜାରି ରହିଛି । ୟୁକ୍ରେନ୍ ଉପରେ ରୁଷ୍‌ ଆକ୍ରମଣ ଯୋଗୁଁ ତୈଳ ବଜାର‌ ଅସ୍ଥିର ରହିଛି। ସେଥିପାଇଁ ବିଶ୍ବର ବିଭିନ୍ନ ଦେଶରେ ତେଲ ମହଙ୍ଗା ହେଉଛି। ଏହି ଯୁଦ୍ଧ ବହୁ ଦିନରୁ ଆରମ୍ଭ ହୋଇଥିଲେ ମଧ୍ୟ ଭାରତରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ଓ ସରକାର ଗଠନ ହୋଇଯିବା ପରେ ହିଁ ତେଲ ଦାମ୍ ବଢ଼ିଛି।

Leave A Reply

Your email address will not be published.