ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧାମନଗର ଏନଏସିର ୬ଟି ବୁଥରେ ଆଜି ପୁନଃ ମତଦାନ

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର 4ଟି ଓ୍ବାର୍ଡର 6ଟି ବୁଥରେ ସାନି ମତଦାନ । ଆଉ କିଛି ସମୟ ପରେ ଭୋଟ ଦେବେ ଭୋଟର । ଅପରାହ୍ନ ୪ଟା ଯାଏ ମତଦାନ ଅନୁଷ୍ଠିତ ହେବ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଏସ୍‌ପିଙ୍କ ନେତୃତ୍ୱରେ ଧାମନଗର ସହର ତଥା ବଜାରରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ୧୧ପ୍ଲାଟୁନ ଫୋର୍ସ, ୪ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର, ଏସଆଇ ଓ ଏଏସଆଇ ୨୦ଜଣ ନିୟୋଜିତ ହୋଇଛନ୍ତି।

ଗତମାସ ୨୪ରେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୪ଟି ଓ୍ୱାର୍ଡ଼ ଅନ୍ତର୍ଗତ ୬ଟି ବୁଥରେ ମତଦାନ ବେଳେ ହିଂସାକାଣ୍ଡ ହୋଇଥିଲା। କିଛି ଅସାମାଜିକ ବ୍ୟକ୍ତି ଅତର୍କିତ ଭାବେ ବୁଥ୍ ଭିତରେ ପହଞ୍ଚି ମାରପିଟ୍ ଓ ଭଙ୍ଗାରୁଜା କରିଥିଲେ। ଏପରିକି ଇଭିଏମକୁ ମଧ୍ୟ ଭାଙ୍ଗି ଦିଆଯାଇଥିଲା। ଏହାସହ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଛୁରାମାଡ଼ ହୋଇଥିଲା। ଏଥିଯୋଗୁ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୩, ୮, ୯, ୧୬, ୧୭ ଓ ୧୮ ନମ୍ବର ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଅଧିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ ମତଦାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଥିଲା।

Leave A Reply

Your email address will not be published.